ଆଜି ବଲାଙ୍ଗିରର ପ୍ରସିଦ୍ଧ ଶୁଲିଆ ଯାତ୍ରା, ବଳି ସଂଖ୍ୟା ସୀମିତ କରିବାକୁ ଜିଲ୍ଲା ପ୍ରଶାସନର ନିବେଦନ

ବଲାଙ୍ଗିର: ଆଜି ବଲାଙ୍ଗିରର ପ୍ରସିଦ୍ଧ ଶୁଲିଆ ଯାତ୍ରା । ପୁଣି ପଶୁଙ୍କ ବଳିରେ ରକ୍ତ ରଞ୍ଜିତ ହେବ ଶୁଲିଆ ପୀଠ । ପରମ୍ପରା ଅନୁସାରେ ପୂଜା କରିବାକୁ ପ୍ରସ୍ତୁତ ହୋଇଛନ୍ତି ଆଦିବାସୀ । ହେଲେ ବଳି ସଂଖ୍ୟା ସିମିତ କରିବାକୁ ଜିଲ୍ଲା ପ୍ରଶାସନ ଆଦିବାସୀଙ୍କୁ ନିବେଦନ କରିଛି ।

ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଜଣେ ଡିଏସ୍‌ପି, ୧୩ ପୋଲିସ ଅଫିସର, ୨ ପ୍ଲାଟୁନ୍‌ ଫୋର୍ସ , ୪୪ ଜଣ ହୋମଗାର୍ଡ ଏବଂ ୩ ଜଣ ମାଜିଷ୍ଟ୍ରେଟ୍‌ ମୁତୟନ ହୋଇଛନ୍ତି । ଖଇରଗୁଡ଼ାର ମୁଖ୍ୟ ଖଳା କୁମୁରିଆର ସାନଖଳା ଓ ନୂଆଖଳାରେ ଶୁଲିଆ ପୂଜା ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.