Below header

ଆଜି ଛତିଶା ନିଯୋଗ ବୈଠକ

ଆଜି ଛତିଶା ନିଯୋଗ ବୈଠକ। ପୁରୀ ନୀଳାଦ୍ରି ଭକ୍ତ ନିବାସ ପରିସରରେ ଅପରାହ୍ନରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ବୈଠକରେ ସମସ୍ତ ନିଯୋଗର ସେବାୟତ ପ୍ରତିନିଧି ଉପସ୍ଥିତ ରହିବେ ।

ପୁରୀ(କେନ୍ୟୁଜ୍): ଆଜି ଛତିଶା ନିଯୋଗ ବୈଠକ। ପୁରୀ ନୀଳାଦ୍ରି ଭକ୍ତ ନିବାସ ପରିସରରେ ଅପରାହ୍ନରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ବୈଠକରେ ସମସ୍ତ ନିଯୋଗର ସେବାୟତ ପ୍ରତିନିଧି ଉପସ୍ଥିତ ରହିବେ ।

ପୂର୍ବରୁ ନୀତି ସବ କମିଟି ବୈଠକରେ ଚୂଡାନ୍ତ କାର୍ତିକ ମାସ ନୀତିକାନ୍ତି ଉପରେ ଛତିଶା ନିଯୋଗ ମୋହର ମାରିବ । ବାଳ ଭୋଗ ନୀତିକାନ୍ତି ଉପରେ ଆଲୋଚନା ହେବା ସହ ଏହାକୁ ଶୃଙ୍ଖଳିତ କରିବା ଉପରେ ଗୁରୁତ୍ୱ ଦିଆଯିବ ।

ସେହିପରି ହବିଷିଆଳିଙ୍କ ଶୃଙ୍ଖଳିତ ଦର୍ଶନ ଓ ଶୃଙ୍ଖଳିତ ନୀତି ଏବଂ ମହାପ୍ରସାଦ ଯୋଗାଣ ବ୍ୟବସ୍ଥା ଉପରେ ଆଲୋଚନା କରାଯିବ । ସେପଟେ ଆସନ୍ତା ଅକ୍ଟୋବର ୨୮ ତାରିଖରେ ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି କାନ୍ତି ସଂକ୍ରାନ୍ତରେ ନିଷ୍ପତି ନିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.