Below header

ଇଦ୍‌ ପାଇଁ ଉତ୍ସବମୁଖର ପରିବେଶ, ସକାଳୁ ସକାଳୁ ମସଜିଦ ଓ ଦରଗାରେ ସମୂହ ନମାଜ ପାଠ ପାଇଁ ଲାଗିଛି ଭିଡ଼

କେନ୍ୟୁଜ୍: ଇଦ୍‌ ପାଇଁ ଉତ୍ସବମୁଖର ପରିବେଶ । ସକାଳୁ ସକାଳୁ ମସଜିଦ ଓ ଦରଗାରେ ସମୂହ ନମାଜ ପାଠ ପାଇଁ ଲାଗିଛି ଭିଡ଼ । ନୂଆ ପୋଷାକ ପିନ୍ଧି ମୁସଲମାନମାନେ ନମାଜ ପାଠ ପାଇଁ ଯାଉଛନ୍ତି । ପରସ୍ପର ପରସ୍ପରକୁ ଇଦ୍‌ ମୁବାରକ ଜଣାଉଛନ୍ତି । ମସଜିଦ ଗୁଡ଼ିକ ରଙ୍ଗିନ ଆଲୋକରେ ଝଲସୁଛି । ଏକମାସ ଧରି ନିଷ୍ଠାର ସହ ରୋଜା ପରେ ଇଦ୍‌ ପାଳନ କରାଯାଉଛି । ଏଥିପାଇଁ ମୁସଲମାନମାନଙ୍କ ଘରେ ଘରେ ନାନା ବ୍ୟଞ୍ଜନର ମହକ । ଇଦ୍‌ ପାଳନ ପାଇଁ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.