ଆଜି ଉତ୍କଳ ଗୌରବ ମଧୁ ସୁଦନ ଦାସଙ୍କ ଶ୍ରାଦ୍ଧ ଦିବସ, କଂଗ୍ରେସ ଦଳ ତରଫରୁ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ

ଭୁବନେଶ୍ବର:  ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଶ୍ରାଦ୍ଧ ଦିବସ। ମଧୁ ବାବୁଙ୍କ ୮୫ତମ ଶ୍ରାଦ୍ଧ ଦିବସ ପାଳୁଛି ଓଡ଼ିଶା।  ଓଡ଼ିଆ ଜାତି ପାଇଁ ଥିବା ତାଙ୍କର ବଳିଦାନକୁ କେବେ ପାଶୋରି ପାରିବନି ଓଡ଼ିଶା । ରାଜ୍ୟରେ ସେ ଥିଲେ ପ୍ରଥମ ବାରିଷ୍ଟର । ଏହାସହ ସ୍ୱତନ୍ତ୍ର ଓଡ଼ିଶା ଗଠନରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

ଏହି ପରିପେକ୍ଷରେ ଆଜି ରାଜ ଭବନ ଛକରେ ଥିବା ମଧୁ ସୁଦନ ଦାସଙ୍କ ପ୍ରତିମୂର୍ତ୍ତିରେ କଂଗ୍ରେସ ଦଳ ତରଫରୁ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା। ତାଙ୍କ ସ୍ମୃତିକୁ ମନେ ପକାଇଥିଲା ଆଜି କଂଗ୍ରେସ ଦଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.