ଆଜି ହେଉଛି ପବିତ୍ର ବଡଓଷା: ବଡ଼ ସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର

ଆଠଗଡ(କେନ୍ଯୁଜ୍): ଆଜି ହେଉଛି ପବିତ୍ର ବଡଓଷା। ବଡ଼ ସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର। ତେବେ କରୋନା କଟକଣା ପାଇଁ ପୀଠରେ ୧୪୪ ଧାରା ଲାଗୁ କରିଛି ଆଠଗଡ଼ ପ୍ରଶାସନ । କେବଳ ପୂଜକ ସମିତି ପକ୍ଷରୁ ରୀତିନୀତି ଚାଲିଛି ।

ଭୋର ୪ ଟାରୁ ପହଡ ଖୋଲିବା ପରେ ସ୍ୱତନ୍ତ୍ର ଭାବେ ପ୍ରଥମେ ରୁଦ୍ରାଭିଶେଖ, ପଞ୍ଚାମୃତ ସ୍ନାନ, ମାଘ ସ୍ନାନ, ଅଭିଷେକ ସହ ବାବାଙ୍କୁ ବଡ଼ ସିଂହାର ବେଶରେ ସୁସଜ୍ଜିତ କରାଯାଇଥିଲା । ପରେ ମଙ୍ଗଳ ଆଳତୀ ସକାଳ ଧୂପ ଆଦି କରାଯାଇଛି । ମନ୍ଦିରକୁ ବିଭିନ୍ନ ଫୁଲରେ ସୁସଜ୍ଜିତ କରିବା ସହ ଆଲୋକ ମାଳାରେ ଆଚ୍ଛାଦିତ କରାଯାଇଛି । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପଞ୍ଚକ ସମେତ ବଡ଼ଓଷା ଓ କାର୍ତ୍ତିକ ପୂର୍ଣ୍ଣିମାରେ ଭକ୍ତ, ଶ୍ରଦ୍ଧାଳୁ ଏବଂ ହବିଶ୍ୟାଳୀଙ୍କୁ ପୀଠକୁ ନଆସିବା ପାଇଁ ବାରଣ କରାଯାଇଛି ।

ହେଲେ ସୂଚନା ଥାଉକି, ଚଳିତବର୍ଷ ମଧ୍ୟ ଧବଳେଶ୍ୱରଙ୍କ ପୀଠରେ ମହାଦେବଙ୍କୁ ଦର୍ଶନ କରିପାରୁନାହାଁନ୍ତି ଭକ୍ତ । ଖାଁ ଖାଁ ହୋଇଛି ପୀଠ । କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ କାର୍ତ୍ତିକ ପୂର୍ଣ୍ଣିମୀ ଯାଏ ୧୪୪ ଧାରା ଜାରି କରିଛି ଆଠଗଡ଼ ପ୍ରଶାସନ । ଏହି ସମୟରେ କେବଳ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.