ଆଜିଠୁ ଆରମ୍ଭ ହେଲା ପବିତ୍ର କାର୍ତ୍ତିକ ମାସ, ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ରାଧାଦାମୋଦର ବ୍ରତ ଆରମ୍ଭ କଲେ ହବିଷ୍ୟାଳି

ପୁରୀ(କେନ୍ଯୁଜ୍) : ଆଜିଠୁ ଆରମ୍ଭ ହେଲା ଧର୍ମର ମାସ ପବିତ୍ର କାର୍ତ୍ତିକ ମାସ । କାର୍ତ୍ତିକ ବ୍ରତ ପାଳନ ପାଇଁ ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ଼ । ରାଜ୍ୟର ବିଭିନ୍ନ ସ୍ଥାନରୁ ହବିଷ୍ୟାଳିମାନେ ପୁରୀ ଆସି କାର୍ତ୍ତିକ ବ୍ରତ ପାଳନ କରୁଛନ୍ତି । ସକାଳୁ ସକାଳୁ ବ୍ରତଧାରୀମାନେ ମହୋଦଧି ଓ ପଞ୍ଚ ପୁଷ୍କରିଣୀରେ ସ୍ନାନ ପରେ ସଂକଳ୍ପ କରି ରାଧାଦାମୋଦର ବ୍ରତ ଆରମ୍ଭ କରିଛନ୍ତି । ଚଉରାମୂଳେ ହବିଷ୍ୟାଳିମାନେ ଏକାଠି ହୋଇ ଧର୍ମପୁସ୍ତକ ପାଠ, ପୂଜାର୍ଚ୍ଚନା କରିଛନ୍ତି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ବ୍ରତ ଆରମ୍ଭ କରିଛନ୍ତି ।

kartikaରାଜ୍ୟ ସରକାରଙ୍କ ହବିଷ୍ୟାଳି ଯୋଜନାରେ ଚଳିତବର୍ଷ ୨୪ଶହରୁ ଅଧିକ ହବିଷ୍ୟାଳି ପଞ୍ଜୀକରଣ କରିଛନ୍ତି । ସେମାନଙ୍କ ମାଗଣା ରହଣୀ, ବ୍ରତ ପାଳନ ଓ ଦିନକୁ ଥରେ ମହାପ୍ରସାଦ ଦେବାର ବ୍ୟବସ୍ଥା କରିଛି ପ୍ରଶାସନ । ପୁରୀ ରେଳବାଇ ପର୍ଯ୍ଯଟନ କଂପ୍ଲେକ୍ସ, ଜଗନ୍ନାଥ ବଲ୍ଲଭ, ପୌର କଲ୍ୟାଣ ମଣ୍ଡପ ଓ ରେଳବାଇ କଲ୍ୟାଣ ସରକାରଙ୍କ ପକ୍ଷରୁ ହବିଷିଆଳିଙ୍କ ପାଇଁ ଆଶ୍ରୟସ୍ଥଳ କରାଯାଇଛି । ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଯୋଜନାର ଶୁଭ ଉଦ୍‌ଘାଟନ କରିବେ ।

ଲିଙ୍ଗରାଜ ମନ୍ଦିରରେ ହବିଷ୍ୟାଳିଙ୍କ କାର୍ତ୍ତିକ ବ୍ରତ ପାଳନ 

hଭୁବନେଶ୍ବର ଲିଙ୍ଗରାଜ ମନ୍ଦିରରେ ମଧ୍ଯ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି। ସକାଳୁ ସକାଳୁ ଭକ୍ତମାନଙ୍କ ଭିଡ ଜମିଥିଲା। ଲିଙ୍ଗରାଜ ମନ୍ଦିର ନିକଟରେ ଥିବା ହବିଷ୍ୟାଳି କେନ୍ଦ୍ରରେ ହବିଷ୍ୟାଳିମାନେ କାର୍ତ୍ତିକ ବ୍ରତ ପାଳନ କରୁଛନ୍ତି। ଏଥିପାଇଁ ମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।