Below header

ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର, ଚଳଚଞ୍ଚଳ ଶୈବପୀଠ ଧବଳେଶ୍ୱର

କଟକ(କେନ୍ଯୁଜ୍) : ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର । ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ଶୈବ ପୀଠ । କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ମନ୍ଦିରରେ ଆଜି ଭକ୍ତଙ୍କ ଭିଡ଼ ହୋଇଛି । ହଜାର ହଜାର ଶ୍ରଦ୍ଧାଳୁ ମହାଦେବଙ୍କୁ ଦର୍ଶନ କରିଛନ୍ତି । ବିଶ୍ୱାସ ରହିଛି, ଏହି ମାସରେ କାର୍ତ୍ତିକ ବ୍ରତ ରଖିଲେ ମନସ୍କାମନା ପୂରଣ କରି ଥାଆନ୍ତି ମହାଦେବ । ଆଜିଠାରୁ କାର୍ତ୍ତିକ ବ୍ରତ ରଖିବା ସହ ପଞ୍ଚୁକ ବଡ଼ଓଷା ପାଳନ କରି ଥାଆନ୍ତି ଶ୍ରଦ୍ଧାଳୁ । ଆଜି ଭୋରରୁ ସମସ୍ତ ନୀତି ସମ୍ପାଦିକ ହେବା ପରେ ମଙ୍ଗଳ ଆଳତୀ ଓ ଖେଚୁଡ଼ି ଭୋଗ କରାଯାଇଥିଲା । ଏହାପରେ ଆରମ୍ଭ ହୋଇଥିଲା ସର୍ବସାଧାରଣ ଦର୍ଶନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.