କମିଶନରେଟ ପୋଲିସ ଦ୍ବାରା ବନ୍ଧୁକ ବେପାରୀ ଗିରଫ

ଜଟଣୀ(କେନ୍ଯୁଜ୍) : କମିଶନରେଟ ପୋଲିସକୁ ସଫଳତା । ବନ୍ଧୁକ ବେପାରୀ ଗିରଫ । ଜଟଣୀରୁ ଜଣେ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । ତା ନିକଟରୁ ଜବତ ହୋଇଛି ୪ଟି ବନ୍ଧୁକ । ସେ କେଉଁ କେଉଁ ସ୍ଥାନକୁ ବନ୍ଧୁକ ଚାଲାଣ କରୁଥିଲା ସେନେଇ ଖୋଳତାଡ ଜାରି ରହିଛି । ଗିରଫ ଅଭିଯୁକ୍ତର ନେଟଓ୍ଵାର୍କର ଖିଅ ଖୋଜୁଛି କମିଶନରେଟ ପୋଲିସ ।