Below header

ବିଶ୍ୱକପ୍‌ ହକିରେ ଖେଳାଳି ଓ ଅତିଥିଙ୍କୁ ଉପହାର ଭାବେ ଦିଆଯିବ ଲାଖ ତିଆରି ଜିନିଷ

ଭୁବନେଶ୍ୱର(କେନ୍ଯୁଜ୍) : ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ବିଶ୍ୱକପ୍‌ ହକିରେ ଖେଳାଳି ଓ ଅତିଥିଙ୍କୁ ଉପହାର ଭାବେ ଲାଖ ତିଆରି ଜିନିଷ ଉପହାର ଦିଆଯିବ । ୭ଶହଟି ଲାଖ ପେଟିର ବରାଦ ମିଳିବା ପରେ ନବରଙ୍ଗପୁର ଶଙ୍ଖାରି ସାହିର କାରିଗରମାନେ ଜୋରସୋର କାମରେ ଲାଗିପଡ଼ିଛନ୍ତି । ଦିନରାତି ଅକ୍ଳାନ୍ତ ପରିଶ୍ରମ କରି ତିଆରି କରୁଛନ୍ତି ଲାଖ ପେଟି । ସୁନ୍ଦର ସୁନ୍ଦର ଡାଳି କଟାଯାଇ ବିଭିନ୍ନ ଡିଜାଇନ କରାଯାଉଛି ।

aaନବରଙ୍ଗପୁର ଜିଲ୍ଲାପାଳ ଅଜିତ ମିଶ୍ର ଓ କେନ୍ଦ୍ର କୌଶଳ ବିକାଶ ମନ୍ତ୍ରାଳୟର ଯୁଗ୍ମ ନିର୍ଦ୍ଦେଶକ ଗିରିଧର ଗିରିଙ୍କ ସମେତ ୪ ଜଣିଆ ଟିମ୍‌ ଶଙ୍ଖାରି ସାହିକୁ ଯାଇ ଲାଖ କାମ ବୁଲି ଦେଖିଛନ୍ତି । କାରିଗରଙ୍କ ସୂକ୍ଷ୍ମ କାରୁକାର୍ଯ୍ଯର ସେମାନେ ପ୍ରଶଂସା କରିଛନ୍ତି । ରାଜାରାଜୁଡ଼ା ଅମଳରୁ ଚାଲି ଆସିଥିବା ନବରଙ୍ଗପୁରର ଲାଖ କଳାକୁ ବିଶ୍ୱଦରବାରରେ ପହଞ୍ଚାଇବା ପାଇଁ ଉଦ୍ୟମ କରାଯିବ ଜିଲ୍ଲାପାଳ କହିଛନ୍ତି । ହକି ବିଶ୍ୱକପ୍‌ ପାଇଁ ଲାଖ ବାକ୍ସ ଲାଗି ବରାଦ ମିଳିଥିବାରୁ କାରିଗରମାନେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.