ଇଣ୍ଡୋନେସିଆରେ ପୁଣି ବିମାନ ଦୁର୍ଘଟଣା, ଜାଭା ସମୁଦ୍ର ନିକଟରୁ ଲାୟନ୍‌ ଏୟାରଲାଇନ୍ସର ବୋଇଂ ୭୩୭ ମାକ୍ସ ୮ ବିମାନର ଭଗ୍ନାବଶେଷ ଠାବ

ଇଣ୍ଡୋନେସିଆ(କେନ୍ଯୁଜ୍) : ଇଣ୍ଡୋନେସିଆରେ ପୁଣି ବିମାନ ଦୁର୍ଘଟଣା । ଉଡ଼ାଣର ୧୩ ମିନିଟ ପରେ ଆକାଶରେ ଉଭେଇ ଗଲା । ନିଖୋଜ ହୋଇଯାଇଛି ଲାୟନ୍‌ ଏୟାରଲାଇନ୍ସର ବୋଇଂ ୭୩୭ ମାକ୍ସ ୮ ବିମାନ । ଦୁର୍ଘଟଣାରେ ମୃତାହତ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନଥିବା ବେଳେ ଶତାଧିକ ଯାତ୍ରୀଙ୍କ ମୃତ୍ୟୁ ଆଶଙ୍କା କରାଯାଉଛି । ୧୮୯ ଯାତ୍ରୀଙ୍କୁ ଧରି ଉଡ଼ିବାର କ୍ଷମତା ରଖିଛି ବୋଇଂ ୭୩୭ ମାକ୍ସ ୮ ବିମାନ ।

planeeଏହି ଘଟଣା ପରେ ସର୍ଚ୍ଚ ଅପରେସନ୍‌ ଜାରି ରହିଛି । ବିମାନଟି ଜାକର୍ତ୍ତାରୁ ସୁମାତ୍ରା ଯାଉଥିଲା । ଆଜି ସକାଳ ୬ଟା ୨୦ ମିନିଟରେ ବିମାନଟି ଜାକର୍ତ୍ତାରୁ ଉଡ଼ାଣ ଭରିଥିଲା । ୧୩ ମିନଟ ପରେ ଅର୍ଥାତ୍‌ ୬ଟା ୩୩ ମିନିଟରେ ହଠାତ୍‌ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ ସହ ବିଚ୍ଛିନ୍ନ ହୋଇଥିଲା ଯୋଗାଯୋଗ।

aaaaaସେତେବେଳେ ବିମାନଟି ସମୁଦ୍ର ପଥରୁ ୫ ହଜାର ଫୁଟ ଉପରେ ଉଡୁଥିଲା । ଅନୁମାନ କରାଯାଉଛି, ବିମାନଟି ସମୁଦ୍ର ଭିତରେ ଖସି ପଡ଼ିଛି । ଏହି ଘଟଣା ପରେ ସର୍ଚ୍ଚ ଅପରେସନ୍‌ ଜାରି ରହିଛି । ଜାଭା ସମୁଦ୍ର ନିକଟରୁ ବିମାନର ଭଗ୍ନାବଶେଷ ଠାବ କରାଯାଇଛି ।

ବିମାନର କ୍ୟାପଟେନ୍‌ ଥିଲେ ଜଣେ ଭାରତୀୟ

PILOTଇଣ୍ଡୋନେସିଆରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଲାୟନ୍‌ ଏୟାର୍‌ ବିମାନର କ୍ୟାପଟେନ୍‌ ଥିଲେ ଜଣେ ଭାରତୀୟ । ତାଙ୍କ ନାଁ ଭବ୍ୟ ସୁନେଜା । ୩୧ ବର୍ଷୀୟ ଭବ୍ୟଙ୍କ ଘର ଦିଲ୍ଲୀର ମୟୂର ବିହାର ଅଞ୍ଚଳରେ । ୨୦୦୯ରେ ଭେଲ୍‌ ଏୟାର ଇଣ୍ଟରନ୍ୟାସନାରୁ ସେ ପାଇଟଲ୍‌ ଲାଇସେନ୍ସ ପାଇଥିଲେ । ଏହାପରେ ଏମିରେଟ୍ସରେ ଟ୍ରେନିଂ ପାଇଲଟ୍‌ ଭାବରେ ୨୦୧୦ ସେପ୍ଟେମ୍ବରରେ ଯୋଗ ଦେଇଥିଲେ । କାମ କରିଥିଲେ ୪ ମାସ । ପରେ ୨୦୧୧ ମାର୍ଚ୍ଚରେ ଇଣ୍ଡୋନେସିଆର ଲୋକ କଷ୍ଟ ଏୟାରଲାଇନ୍ସ ଲାୟନ୍‌ ଏୟାରରେ ଚାକିରି ଆରମ୍ଭ କରିଥିଲେ ଭବ୍ୟ । ବୋଇଂ ୭୩୭ ବିମାନ ଉଡ଼ାଉଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.