ଆଜି ମଣ୍ଡପରେ ଚାଲିଛି ମହାମାୟାଙ୍କ ମହାନବମୀ ଓ ପୀଠରେ ଦଶମୀ ପୂଜା, ମାହୋଲକୁ କିଛିଟା ଫିକା କରିଛି ବର୍ଷା

ଭୁବନେଶ୍ୱର(କେନ୍ୟୁଜ୍):ଧରାବତରଣ କରିଛନ୍ତି ମାଆ ଦୁର୍ଗତିନାଶିନୀ । ଆଜି ମଣ୍ଡପରେ ଚାଲିଛି ମହାମାୟାଙ୍କ ମହାନବମୀ ପୂଜା । ଘଣ୍ଟ, ଘଣ୍ଟି, ଶଙ୍ଖଧ୍ୱନି ଓ ବ୍ରାହ୍ମଣଙ୍କ ମନ୍ତ୍ରପାଠରେ କମ୍ପୁଛି ମଣ୍ଡପ । ଆଜି ମହାନବମୀରେ କନ୍ୟା ପୂଜନ ପରମ୍ପରା ରହିଛି। ଚାରିଆଡ଼େ ପାର୍ବଣର ମହକ । ଉତ୍ସବ ମୁଖର ପରିବେଶ । ସୁନା, ରୁପା ମେଢରେ ଶୋଭା ପାଉଛନ୍ତି ଦେବୀ ଦୁର୍ଗା । ବିଭିନ୍ନ ସ୍ଥାନରେ ସୁଉଚ୍ଚ ତୋରଣ ମନ ମୋହୁଛି ।

କଟକ, ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ମହାଆଡମ୍ବରରେ ଦୁର୍ଗାପୂଜା ଚାଲିଛି । ମେଢ଼ ଦେଖିବା ପାଇଁ ସନ୍ଧ୍ୟା ହେଲେ ବଢୁଛି ଭିଡ଼ । ଚିକ୍‌ମିକ୍‌ ଆଲୋକମାଳାରେ ଝଲସି ଉଠୁଛି ପୂଜା ମଣ୍ଡପ । ଦୁଇ ବର୍ଷ ପରେ ବିନା କରୋନା କଟକଣାରେ ଦଶହରା ହେଉଥିବାରୁ ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ । ଆଜି ମଣ୍ଡପରେ ମାଆଙ୍କ ମହାନବମୀ ପୂଜା ଚାଲିଥିବାବେଳେ ପୀଠରେ ଚାଲିଛି ଦଶମୀ ପୂଜା। ଗତକାଲି ମହାଷ୍ଟମୀ ଥିବାରୁ ପୂଜା ପାଇଁ ମଣ୍ଡପରେ ମହିଳା ମାନଙ୍କ ଭିଡ ଲାଗିଥିଲା। ତେବେ ଆଜି ବର୍ଷା ପୂଜା ମାହୋଲକୁ କିଛିଟା ଫିକା କରିଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.