ଇସିର ନ୍ୟାସନାଲ ଆଇକନ୍‌ ହେବେ ଅଭିନେତା ପଙ୍କଜ ତ୍ରିପାଠୀ, ନିଷ୍ପତ୍ତି ନେଇଛି ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଇସିର ନ୍ୟାସନାଲ ଆଇକନ୍‌ ହେବେ ଅଭିନେତା ପଙ୍କଜ ତ୍ରିପାଠୀ । ପଙ୍କଜଙ୍କୁ ନିଜର ଜାତୀୟ ଆଇକନ୍‌ କରିବାକୁ ନିଷ୍ପତ୍ତି ନେଇଛି ନିର୍ବାଚନ ଆୟୋଗ । ଏନେଇ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗର ମୁଖ୍ୟ ନିର୍ବାଚନ ଅଧିକାରୀ ରାଜୀବ କୁମାର । ଭୋଟ୍‌ ପ୍ରତିଶତ ବୃଦ୍ଧି ଏବଂ ଶତପ୍ରତିଶତ ଭୋଟ୍‌ ପାଇଁ ପ୍ରଚାର କରିବାକୁ ଜାତୀୟ ଆଇକନ୍‌ କିମ୍ବା ବ୍ରାଣ୍ଡ ଆମ୍ବାସାଡର ଭାବରେ ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କୁ ବାଛିଥାନ୍ତି ନିର୍ବାଚନ ଆୟୋଗ ।

୨୦୧୪ରେ ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ଟିମ୍‌ ଇଣ୍ଡିଆ ବ୍ୟାଟର ଚେତେଶ୍ୱର ପୂଜାରାଙ୍କୁ ବ୍ରାଣ୍ଡ ଆମ୍ବାସାଡର କରିଥିଲେ ନିର୍ବାଚନ ଆୟୋଗ । ଏହା ପରେ ମହେନ୍ଦ୍ର ସିଂ ଧୋନିଙ୍କୁ ମଧ୍ୟ ବ୍ରାଣ୍ଡ ଆମ୍ବାସାଡର କରିଥିଲେ । ଏଥର ଜାତୀୟ ଆଇକନ୍‌ ହୋଇଛନ୍ତି ଅଭିନେତା ପଙ୍କଜ ତ୍ରିପାଠୀ । ଓଟିଟିରେ ବିଭିନ୍ନ େଓ୍ଵବିସିରିଜ୍‌ ମାଧ୍ୟମରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ପଙ୍କଜ ତ୍ରିପାଠୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.