ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମକର ଚୌରାଶି ବେଶ

ପୁରୀ(କେନ୍ଯୁଜ୍): ଆଜି ମକର ସଂକ୍ରାନ୍ତି । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ହେଉଛି । ଆଜିଠାରୁ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ ପ୍ରବେଶ କରିବା ସହ ଉତ୍ତରାୟଣ ଯାତ୍ରା ଆରମ୍ଭ କରିଥାନ୍ତି । ସେଥିପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମକର ଚୌରାଶି ବେଶ ଅନୁଷ୍ଠିତ ହୋଇଥାଏ । ସକାଳ ଧୂପ ପୂଜା ସରିବା ପରେ ମହାପ୍ରଭୁଙ୍କ ସର୍ବାଙ୍ଗ ଚଳନ ଲାଗି ଓ ନୂତନ ଲୁଗା ଲାଗି ପରେ ମକର ଚୌରାଶି ବେଶ କରାଯାଇଥାଏ । ଏହା ଛଡ଼ା ଗତ ରାତିରୁ ଅଧିବେଶ ହୋଇ ରହିଥିବା ମକର ଚାଉଳକୁ ଶ୍ରୀମନ୍ଦିର ଚତୁପାର୍ଶ୍ୱରେ ପରିକ୍ରମା କରାଯାଇ ଲାଗି କରାଯାଇଥାଏ । ଏହି ମକର ତାଡକୁ ଗତ ରାତିରୁ ମା’ ଅଲାରଚଣ୍ଡୀ ମନ୍ଦିରରୁ ଏକ ଶୋଭାଯାତ୍ରାରେ ଅଣାଯିବାର ପରମ୍ପରା ରହିଛି । ମକର ସଂକ୍ରାନ୍ତିରେ ମହାପ୍ରଭୁଙ୍କ ଦର୍ଶନରେ କୋଟି ଜନ୍ମର ପୁଣ୍ୟ ମିଳେ ବୋଲି ବିଶ୍ୱାସ ଥିବାରୁ ଶ୍ରୀକ୍ଷେତ୍ରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.