ଆଜି ପଞ୍ଚାୟତିରାଜ ଦିବସ ଓ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ, କଟକ ବାଲିଯାତ୍ରା ପଡିଆରେ ଆୟୋଜିତ ହେବ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

କଟକ: ଆଜି ପଞ୍ଚାୟତିରାଜ ଦିବସ ଓ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ । କଟକ ବାଲିଯାତ୍ରା ପଡିଆରେ ଆୟୋଜିତ ହେବ ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସ । ପ୍ରତିବର୍ଷ ଜନତା ମଇଦାନରେ ପାଳିତ ହେଉଥିବା ଉତ୍ସବ ପ୍ରଥମ ଥର ପାଇଁ ବିଜୁ ପଟ୍ଟନାୟକଙ୍କ ଜନ୍ମସ୍ଥାନ କଟକରେ ପାଳିତ ହେବ । କାର୍ଯ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ବାଲିଯାତ୍ରା ଉପର ପଡିଆରେ ସେ ୧୧ଟା ୨୫ ମିନିଟ୍‌ରେ ପହଞ୍ଚିବେ ।

ପ୍ରଥମେ ବାରବାଟୀ ଷ୍ଟାଡିୟମ୍‌ରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଦ୍ୱାରା ଆୟୋଜିତ ଏସ୍‌ଡିସି କପ୍‌ ଫାଇନାଲ ମ୍ୟାଚ୍‌ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଏହାପରେ ବହୁ ପ୍ରତୀକ୍ଷିତ ଏସ୍‌ସିବିର ସଂପ୍ରସାରିତ ପ୍ରକଳ୍ପର ଭିତ୍ତପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । କଟକ ରିଙ୍ଗରୋଡ୍‌ର ୬ ଲେନିଂ ରାସ୍ତାର ମଧ୍ୟ ଶୁଭ ଦେବେ । ଗତ ୨୦ ବର୍ଷର ନବୀନ ସରକାରର ସଫଳତା ସଂପର୍କରେ ବଖାଣିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୬୦ ହଜାରରୁ ଅଧିକ ଲୋକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ସୁପକ୍ଷା ଓ ଟ୍ରାଫିକ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.