ଆଜି ପଙ୍କୋଦ୍ଧାର ଏକାଦଶୀ: ଦିନ ୧୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ପ୍ରଭୁ ଶ୍ରୀଲୋକନାଥଙ୍କୁ ସଶରୀର ଦର୍ଶନ କରିବେ ଭକ୍ତ

ପୁରୀ (କେନ୍ଯୁଜ୍): ଆଜି ପଙ୍କୋଦ୍ଧାର ଏକାଦଶୀ। ବର୍ଷ ତମାମ ଜଳରାଶି ମଧ୍ୟରେ ଧ୍ୟାନସ୍ଥ ରହିବା ପରେ ଆଜିର ଦିନରେ ଦର୍ଶନ ଦେବେ ପ୍ରଭୁ ଶ୍ରୀଲୋକନାଥ। ବର୍ଷକରେ ଏହି ଗୋଟିଏ ଦିନ ପ୍ରଭୁଙ୍କୁ ସଶରୀର ଦର୍ଶନ କରିବାର ଅବସର ମିଳୁଥିବାରୁ ଏହି ଅପୂର୍ବ ମୁହୂର୍ତ୍ତକୁ ଚାହିଁ ରହିଥାନ୍ତି ହଜାର ହଜାର ଭକ୍ତ।

ସୂଚନା ମୁତାବକଳ ଗତକାଲି ରାତି ୨ଟାରୁ ପ୍ରଭୁଙ୍କ ପହୁଡ଼ ଖୋଲିବା ପରେ, ସମସ୍ତ ନୀତିକାନ୍ତ ଆରମ୍ଭ ହୋଇଛି । ତେବେ ଆଜି ଅର୍ଥାତ୍ ରବିବାର ସକାଳ ୮ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଗମ୍ବୀରାରୁ ପଙ୍କ କାଢ଼ିବା କାର୍ଯ୍ୟ କରାଯିବ। ବର୍ଷ ସାରା ଭକ୍ତମାନେ ବେଲ ପତ୍ର, ଫୁଲ, ନୈବେଦ୍ୟ ଓ ପାଣି ଲାଗି କରିଥାନ୍ତି।  ସେସବୁକୁ ଗମ୍ଭୀରା ମଧ୍ୟରୁ ଖାଲି କରାଯିବ। ପରେ ପ୍ରଭୁଙ୍କୁ ମାଘସ୍ନାନ କରାଯାଇ ଦର୍ଶନର ସୁଯୋଗ ମିଳିବ। ତେବେ ଆଜି ଦିନ ୧୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ପ୍ରଭୁଙ୍କୁ ଦେଖିବାର ସୁଯୋଗ ପାଇପାରିବେ ଭକ୍ତ।