Below header

ଆଜିଠାରୁ ଆରମ୍ଭ ହେବ ଯୁକ୍ତ ଦୁଇ ପାଠ୍ୟକ୍ରମ ପାଇଁ ପ୍ରଥମ ପର୍ଯ୍ୟାୟ ନାମଲେଖା

କେନ୍ୟୁଜ୍: ଯୁକ୍ତ ଦୁଇ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜିଠୁ ପ୍ରଥମ ପର୍ଯ୍ୟାୟ ନାମଲେଖା ଆରମ୍ଭ ହେବ । ଆସନ୍ତା ୬ ତାରିଖ ଯାଏଁ ପ୍ରଥମ ପର୍ଯ୍ୟାୟ ନାମଲେଖା ଚାଲିବ । ଜୁଲାଇ ୧୨ ତାରିଖରେ ପ୍ରକାଶ ପାଇବ ଦ୍ୱିତୀୟ ପର୍ଯ୍ୟାୟ କଟ୍‌ ଅଫ ମାର୍କ ତାଲିକା । ଜୁଲାଇ ୧୨ ରୁ ୧୬ ଭିତରେ ଦ୍ୱିତୀୟ ପର୍ଯ୍ୟାୟର ତାଲିକାରେ ନାମ ପ୍ରକାଶ ପାଇଥିବା ଛାତ୍ରଛାତ୍ରୀମାନେ ନାମ ଲେଖାଇ ପାରିବେ । ଏହା ପରେ ଯଦି କୌଣସି କଲେଜରେ ସିଟ୍ ବଳକା ରହେ ତେବେ ଏଥିପାଇଁ ସ୍ପଟ ଆଡମିସନ କରାଯିବ । ଆସନ୍ତା ଜୁଲାଇ ୨୯ ତାରିଖ ଠାରୁ ଯୁକ୍ତ ପାଠପଢା ଆରମ୍ଭ ହେବ । ଏହାପୂର୍ବରୁ ଗତକାଲି ପ୍ରଥମ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ ପ୍ରକାଶ ପାଇଥିଲା । ଚଳିତବର୍ଷ କଳାରେ ୭୧.୧୭ ପ୍ରତିଶତ କଟ ଅଫ୍‌ ମାର୍କ ସହ ବକ୍ସି ଜଗବନ୍ଧୁ ବିଦ୍ୟାଧର ହାୟର ସେକେଣ୍ଡାରୀ ସ୍କୁଲ ରାଜ୍ୟରେ ଆଗରେ ରହିଛି। ସେହିପରି ବିଜ୍ଞାନରେ ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦ ରହିଛି କଟକର ରେଭେନ୍ସା ହାୟର ସେକେଣ୍ଡାରୀ ସ୍କୁଲ। ରେଭେନ୍ସାରେ କଟ୍‌ ଅଫ୍‌ ମାର୍କ ରହିଛି ୯୦ ପ୍ରତିଶତ। ବାଣିଜ୍ୟରେ ଗଞ୍ଜାମର ଗୋପାଳପୁର ହାୟର ସେକେଣ୍ଡାରୀ ସ୍କୁଲ ୮୦.୬ ପ୍ରତିଶତ କଟଅଫ୍‌ ମାର୍କ ରଖି ରାଜ୍ୟରେ ଆଗୁଆ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.