Below header

ତାତିରେ ଜଳୁଛି ପଶ୍ଚିମ ଓଡ଼ିଶା ଓ ଗୁଳୁଗୁଳିରେ ସଢୁଛି ଉପକୂଳ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଅମ୍ପାନ୍ ବାତ୍ୟା ଯିବାର ଗୋଟିଏ ଦିନ ଯାଇଛି କି ନାହିଁ ଆଜି ତାତି ଓ ଗୁଳୁଗୁଳିରେ ଆଉଟୁ ପାଉଟୁ ହେଲାଣି ସାରା ରାଜ୍ୟ । ଆଜି ପଶ୍ଚିମ ଓଡ଼ିଶା ଯେମିତି ଜଳୁଛି । ଅଧିକାଂଶ ଜିଲ୍ଲାରେ ପାରଦ ୪୦ ଉପରେ । ତାଳଚେରରେ ତାପମାତ୍ରା ସର୍ବାଧିକ ୪୩.୫ ଡିଗ୍ରୀ ସେଲସିୟସ ମପା ଯାଇଥିବା ବେଳେ ଭବାନୀପାଟଣାରେ ୪୧.୫, ବଲାଙ୍ଗିରରେ ୪୦ ଡିଗ୍ରୀ ରହିଛି । ଟିଟିଲାଗଡ଼ରେ ଆଜି ତାତି ୪୧.୫, ଝାରସୁଗୁଡ଼ାରେ ୩୯.୬, ସମ୍ବଲପୁର ଓ ହୀରାକୁଦରେ ୩୯.୩, ସୁନ୍ଦରଗଡ଼ରେ ୩୮ ଏବଂ ସୋନପୁରରେ ୩୮.୬ ଡିଗ୍ରୀ ରେକର୍ଡ଼ କରାଯାଇଛି । ମାଲକାନଗିରିରେ ସର୍ବାଧିକ ତାପମାତ୍ରା ରେକର୍ଡ଼ ହୋଇଛି ୫୧.୫ ।

weather

ଅମ୍ଫାନ୍ ଦ୍ୱାରା ପ୍ରଭାବିତ ଉତ୍ତର ଓଡ଼ିଶାରେ ତାପମାତ୍ରା ଅତି ବେଶିରେ ୩୦ରୁ ୩୫ ଡିଗ୍ରୀ ଭିତରେ ରହିଥିବା ବେଳେ କଟକରେ ୩୪.୮ ଏବଂ ଭୁବନେଶ୍ୱରରେ ପାରଦ ରହିଛି ୩୫ ଡିଗ୍ରୀ ସେଲସିୟସ୍ । ଦାରିଙ୍ଗବାଡ଼ିରେ ତାତି ରହିଛି ସର୍ବନିମ୍ନ । ପାଣିପାଗ ବିଭାଗର ରେକଡ଼ଁ ଅନୁଯାୟୀ ଏଠାରେ ସର୍ବାଧିକ ତାପମାତ୍ରା ଥିଲା ୨୦ ଡିଗ୍ରୀ ସେଲସିୟସ ।

ଆକାଣ ମେଘୁଆ ଥିଲେ ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ସେଭଳି କୌଣସି ବଡ଼ ଧରଣର ବର୍ଷା ହେବ ବୋଲି କୁହାଯାଇ ନାହିଁ । ତେବେ ଅମ୍ଫାନ୍‌ର ପ୍ରଭାବ ସମ୍ପୂର୍ଣ୍ଣ ଶେଷ ହୋଇ ନଥିବାରୁ ବାଲେଶ୍ୱର, ମୟୁରଭଞ୍ଜ, ଯାଜପୁର ଓ ଜଗତସିଂହପୁରର କିଛି ଅଞ୍ଚଳରେ ବର୍ଷା ହୋଇ ପାରେ ବୋଲି ଅନୁମାନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.