Below header

ପଶ୍ଚିମ ବଙ୍ଗକୁ ୧୦୦୦ କୋଟିର ସହାୟତା ରାଶି ଘୋଷଣା କଲେ ପ୍ରଧାନ ମନ୍ତ୍ରୀ ମୋଦି

ବାତ୍ୟା ଅମ୍ଫନ ମୁକାବିଲା ପାଇଁ ପଶ୍ଚିମବଙ୍ଗକୁ ମିଳିବ ହଜାରେ କୋଟିର ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନ ମନ୍ତ୍ରୀ ମୋଦି । ଆଉ ବାତ୍ୟାର ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଓ ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣାନାମାରେ ଉଲ୍ଲେଖ କରିଛନ୍ତି । ଆଜି ସକାଳେ ଆକାଶ ମାର୍ଗରୁ ବାତ୍ୟା ସ୍ଥିତିର ଅନୁଧ୍ୟାନ କରିବା ପରେ ଏହି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଅତି ଶୀଘ୍ର ଏକ କେନ୍ଦ୍ରୀୟ ଦଳ ଆସି ରାଜ୍ୟରେ ବାତ୍ୟା ପରିସ୍ଥିତିର ସମୀକ୍ଷା କରିବେ । ଏହାସହ ପଶ୍ଚିମ ବଙ୍ଗକୁ ଶୀଘ୍ର ବାତ୍ୟା କ୍ଷୟକ୍ଷତି ନେଇ ରିପୋର୍ଟ ଦେବାକୁ କହିଛନ୍ତି । ଆଜି ସକାଳେ ପଶ୍ଚିମବଙ୍ଗରେ ପହଞ୍ଚିବା ପରେ ମୋଦି ମମତା ବାନାର୍ଜୀଙ୍କ ସହିତ ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ କରିଥିଲେ ।

ମୋଦିଙ୍କ ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ରାଜ୍ୟପାଳ ଜଗଦୀପ ଧନକର ବାତ୍ୟା ଅଞ୍ଚଳ ଅନୁଧ୍ୟାନ କରିଥିଲେ । ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟର ଉତ୍ତର ଓ ଦକ୍ଷିଣ ୨୪ ଉପରୁ ଅନୁଧ୍ୟାନ କରିଥିଲେ ମୋଦି । ଏହା ପରେ ପ୍ରଧାନମନ୍ତ୍ରୀ ବସିରହାଟରେ ରାଜ୍ୟ ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ । ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ରାଜ୍ୟପାଳ ଜଗଦୀପ ଧନକରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଅମ୍ଫନ ଯୋଗୁ କୋଲକାତାରେ ବର୍ତ୍ତମାନ ସୁଦ୍ଧା ୮୦ ଜଣଙ୍କ ଜୀବନ ଯିବା ସହ କୋଟି କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.