Below header

ଆଠଗଡ଼ : ପାଞ୍ଚ ଲକ୍ଷରେ ଡିଲ୍ ହୋଇଥିବା ବଜ୍ରକାପ୍ତା ଜବତ

ଆଠଗଡ଼ (କେ ନ୍ୟୁଜ୍‌) : ଚୋରା ଚାଲାଣ ବେଳେ ବିରଳ ଜୀବ ବଜ୍ରକାପ୍ତା ଉଦ୍ଧାର। କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ଅଞ୍ଚଳରେ ଚୋରା ଚାଲାଣ କରାଯାଉଥିବା ସମୟରେ ଧରାପଡ଼ିଛି ଏଇ ଜୀବଟି । ଖୁଣ୍ଟୁଣୀ ବନ ବିଭାଗ ଚୋରା ଚାଲାଣକାରୀକୁ ଧରିବା ସହ ସେ ଯାହାକୁ ବିକିଥାନ୍ତା ତାକୁ ମଧ୍ୟ ବେଶ୍ କୌଶଳ କରି କାବୁ କରିଛି । ଲୋକଟି ରାଜକନିକା ଅଞ୍ଚଳରୁ ଏକ ସ୍କୁଟି ଚଢ଼ି ଅଖାରେ ବାନ୍ଧି ବଜ୍ରକାପ୍ତାଟିକୁ ଆଣୁଥିଲା । ନୂଆପାଟଣା ମଧୁସୂଦନ ସେତୁ ନିକଟରେ ବନବିଭାଗ କର୍ମଚାରୀ ଛକି ବସିଥିଲେ । ସେଠି ତାକୁ କାବୁ କରି ନେଲେ । ରାଜକନିକା ଅଞ୍ଚଳର ଏହି ଲୋକଟିର ନାଁ ହେଉଛି ଚନ୍ଦ୍ରମଣି ଜେନା ।

8

ଚନ୍ଦ୍ରମଣି କଟକ ଶିଖରପୁରକୁ ମନୋଜ ଦଳାଇ ନାମକ ଜଣେ ବ୍ୟକ୍ତିକୁ ଏହି ବଜ୍ରକାପ୍ତାକୁ ବିକିବାକୁ ଯାଉଥିଲା । ଏଥିପାଇଁ ଡିଲ୍ ହୋଇଥିଲା ୫ ଲକ୍ଷ ଟଙ୍କା । ବଜ୍ରକାପ୍ତାର ଓଜନ ପ୍ରାୟ ୪ କିଲୋ ଗ୍ରାମ୍ । ବନ ବିଭାଗ ଅଧିକାରୀ ଚନ୍ଦ୍ରମଣି ଜରିଆରେ ଫୋନ୍ କରି ମନୋଜ ଦଳାଇକୁ ଡକାଇଥିଲେ । ପରେ ତାକୁ ମଧ ଧରିଥିଲେ । ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କୁ ରିମାଣ୍ଡରେ ଆଣି ବଜ୍ରକାପ୍ତା ଚାଲାଣର ଚେର ଖୋଜାଯିବ ବୋଲି ବନ ବିଭାଗ ଅଧିକାରୀ କହିଛନ୍ତି ।

ବଜ୍ରକାପ୍ତାରେ କିଛି ବିଶେଷ ପ୍ରକାର ଔଷଧ ପ୍ରସ୍ତୁତ ହୁଏ । ତେଣୁ ଅନ୍ତର୍ଜାତୀୟ ବଜାରରେ ଏହା ଦାମ୍ ସବୁଠାରୁ ବେଶି । ଯଦି ଓଡ଼ିଶାରେ ଗୋଟିଏ ବଜ୍ରକାପ୍ତାକୁ ୫ ଲକ୍ଷ ଟଙ୍କା ତେବେ ଚିନ୍ତା କରନ୍ତୁ ବିଦେଶରେ ଏହାର ଦାମ୍ କେତେ ହୋଇଥିବ । ଏହି ବିରଳ ଜଙ୍ଗଲୀ ଜୀବର ଏବେ ଅନ୍ତର୍ଜତୀୟ ବଜାରରେ ଭାରି ଭାଉ । ଯଦିଓ ଚୀନ୍‌ରେ ଏହାରି ଯୋଗୁଁ କରୋନା ବ୍ୟାପିଥିବା ଚର୍ଚ୍ଚା ହେଉଛି ତଥାପି ବଜ୍ରକାପ୍ତା ଚୋରାଚାଲାଣ କମି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.