ନୀଳଗିରି ପାହାଡରେ କାହିଁକି ଖୋଳାଯାଉଛି ସୁଡ଼ଙ୍ଗ, ଜାଣିଛନ୍ତି କି ଏହାର ରହସ୍ୟ ?

ଆମ ଦେଶରେ ଏପରି ଅନେକ ନିର୍ମାଣ କାର୍ଯ୍ୟ ରହିଛି ଯାହା ବିଷୟରେ ସାଧାରଣ ଲୋକେ ଜାଣନ୍ତି ନାହିଁ ଏବଂ ସେଗୁଡିକୁ ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ପାଇଁ ଆରମ୍ଭ କରାଯାଇଥାଏ । ଏପରି ଏକ ନିର୍ମାଣ କାର୍ଯ୍ୟ ବର୍ତ୍ତମାନ ତାମିଲନାଡୁର ନୀଳଗିରି ପାହାଡ଼ ଖୋଳି ସୁଡ଼ଙ୍ଗ ତିଆରି କରିବା ପାଇଁ କରାଯାଉଛି। ତେବେ ବର୍ତ୍ତମାନ ସେଠାକାର ଲୋକଙ୍କ ମନରେ ପ୍ରଶ୍ନ ଉଠିଛି ଯେ, ଦେଢ଼ କିଲୋମିଟରର ଲମ୍ବା ସୁଡ଼ଙ୍ଗ କାହିଁକି ଖୋଳାଯାଉଛି ..? ଏହା କେଉଁ କାମରେ ବ୍ୟବହୃତ ହେବ ..? କେବଳ ସେତିକି ନୁହେଁ ଏଥିପାଇଁ ସେମାନେ ସରକାରଙ୍କ ନିକଟରେ ଅଭିଯୋଗ କରିବା ସହିତ କୋର୍ଟରେ ମଧ୍ୟ ପହଞ୍ଚି ଯାଇଛନ୍ତି ।

valley

ଏସବୁ ଶୁଣିବା ପରେ ଏହି ସୁଡ଼ଙ୍ଗ ପ୍ରକୃତରେ କଣ ପାଇଁ ଖୋଳାଯାଉଛି ସେନେଇ ଆପଣଙ୍କ ମନରେ ବି ପ୍ରଶ୍ନ ଉଠିବା ସ୍ୱାଭାବିକ। ତାହେଲେ ଶୁଣନ୍ତୁ ପ୍ରକୃତରେ ଏହି ଟନେଲ ବୈଜ୍ଞାନିକ ପରୀକ୍ଷଣ ପାଇଁ ପ୍ରସ୍ତୁତ କରାଯାଉଥିବା କୁହାଯାଉଛି, ତାମିଲନାଡୁର ଥେନି ଜିଲ୍ଲାରେ ଥିବା ଏହି ସୁଡ଼ଙ୍ଗ ସ୍ୱିଜରଲ୍ୟାଣ୍ଡର ସାଇଣ୍ଟିଫିକ୍ ଟନେଲ୍ ଭଳି ହେବ । ସାଧରଣତଃ ଆପଣ ଜାଣିଥିବେ ଯେ ସ୍ୱିଜରଲ୍ୟାଣ୍ଡର ଉକ୍ତ ଟନେଲରେ ଈଶ୍ଵରଙ୍କ ଅବସ୍ଥିତି ବା “ଗଡ଼ ଅଫ ପାର୍ଟିକିଲସ” ଉପରେ ରିସର୍ଚ୍ଚ କରାଯାଉଛି । ତେବେ ଭାରତରେ ପ୍ରସ୍ତୁତ କରାଯାଉଥିବା ଏହି ସୁଡ଼ଙ୍ଗରେ ବିଶ୍ୱର ସବୁଠାରୁ ବଡ ଏବଂ ଶକ୍ତିଶାଳୀ ଚୁମ୍ବକ ଲଗାଯିବ ଯାହାର ଓଜନ 12,500 ଟନ୍ ରହିଛି ।

Nilgiri_Hills_571_855

ଏହି ପ୍ରୋଜେକ୍ଟର ନାମ ନିଉଟ୍ରିନୋ ପାର୍ଟୀକିଲସର ନାମ ଅନୁସାରେ ରଖାଯାଇଛି କୁହାଯାଏ ଯେ, ନିଉଟ୍ରିନୋ ହେଉଛି ଏକ ମୂଳ ତତ୍ତ୍ୱ ଯାହା ଦ୍ୱାରା ବ୍ରହ୍ମାଣ୍ଡ ସୃଷ୍ଟି ହୋଇଥିଲା । ଏଗୁଡି଼କ ଅତି ସୂକ୍ଷ୍ମ ଏବଂ ଖାଲି ଆଖିରେ ମଧ୍ୟ ଦେଖାଯାଏ ନାହିଁ । ଏହା ସେତେବେଳେ ଦେଖାଯାଇଥାଏ ଯେତେବେଳେ କୌଣସି ଆଣବିକ ପ୍ରତିକ୍ରିୟା ସୃଷ୍ଟି ହୋଇଥାଏ । ଏହି ନିଉଟ୍ରିଅନ୍ସ ସୂର୍ଯ୍ୟ, ତାରା ଏବଂ ବିଶ୍ବର ସକ୍ରିୟ ସୌର ଗଙ୍ଗାରୁ ବାହାରି ପୃଥିବୀରେ ପହଞ୍ଚିଥାଏ ।

hill

ଏହି ଅଂଚଳର ଭବିଷ୍ୟତକୁ ନେଇ କେରଳ ଏବଂ ତାମିଲନାଡୁର ପରିବେଶବିତ ମାନେ ଅଭିଯୋଗ କରିଛନ୍ତି ଯେ, ଏଠାରେ ଯେଉଁ ନିଉଟ୍ରିନୋ ଗୁଡିକ ଖୋଜା ଯିବସେଥିପାଇଁ ବିଦେଶରୁ ସାହାଯ୍ୟ ନିଆଯିବ । ହେଇପାରେ ନିଉଟ୍ରିନୋର ଅଧିକ ବ୍ୟବହାର ଅସ୍ତ୍ର ତିଆରି ପାଇଁ ମଧ୍ୟ କରାଯାଇପାରେ । ତେଣୁ ଏହି ଅଞ୍ଚଳର ଲୋକମାନେ ଚାଁହୁନାହାନ୍ତି ଯେ, ଏଠାରେ ଏପରି କିଛି ତିଆରି କରାଯାଉ ଯାହା ଭବିଷ୍ୟତରେ କିଛି ସମସ୍ୟ ସୃଷ୍ଟି କରିବ । ସାଧାରଣତଃ ଆପଣ ଜାଣିଥିବେ ଯେ ଆଣବିକ ଅସ୍ତ୍ର ତିଆରି ପାଇଁ ନିଉଟ୍ରିନୋ ବମ୍ ବ୍ୟବହାର କରାଯାଇଥାଏ ଏବଂ ଏଗୁଡିକ ଏତେ ଶକ୍ତିଶାଳୀ ଯେ ମାତ୍ରେ କିଛି ମିନିଟ୍ ମଧ୍ୟରେ ଏହା ସବୁ କିଛି ନଷ୍ଟ କରିଦେଇ ପାରେ । କେବଳ ସେତିକି ନୁହେଁ ଏଥିରେ ଏପରି ଅସ୍ତ୍ର ତିଆରି କରାଯାଇପାରେ ଯାହାକୁ ରୋକାଯାଇ ପାରିବ ନାହିଁ କିମ୍ବା ଏହାର ପ୍ରତିରକ୍ଷା ପାଇଁ କିଛି ବିକଳ୍ପ ମଧ୍ୟ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.