ପାଦର ଆଙ୍ଗୁଳି କହିବ ଆପଣଙ୍କ ଆର୍ଥିକ ସ୍ଥିତି କିଭଳି ?

ଭବିଷ୍ଯତ ବିଷୟରେ ଜାଣିବା ପାଇଁ ପ୍ରତ୍ଯେକ ବ୍ଯକ୍ତିଙ୍କ ମନରେ ଉତ୍ସଚୁକତା ରହିଥାଏ। ପ୍ରତ୍ଯେକ ବ୍ଯକ୍ତି କୌଣସି ନା କୌଣସି ମାଧ୍ଯମରେ ଭବିଷ୍ଯତ ବିଷୟରେ ଜାଣିବା ପାଇଁ ପ୍ରୟାସ କରିଥାନ୍ତି। ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ ଶରୀରର ବିଭିନ୍ନ ଅଙ୍ଗକୁ ଦେଖି ବ୍ଯକ୍ତିତ୍ବ ଏବଂ ଭବିଷ୍ଯ ବିଷୟରେ ଜଣାଯାଇଥାଏ। ଆଜି ଆମେ ଆପଣଙ୍କୁ କହିବୁ ପାଦ ଆଙ୍ଗୁଳିର ଭାଗକୁ ଦେଖି କିପରି ଜାଣିପାରିବେ ବ୍ଯକ୍ତିଙ୍କ ଆର୍ଥିକ ଏବଂ ଅନ୍ଯାନ୍ଯ ଦୃଷ୍ଟିକୋଣ ବିଷୟରେ।

foot1-ଯଦି କୌଣସି ବ୍ଯକ୍ତିଙ୍କ ପାଦର ବୁଢା ଆଙ୍ଗୁଳି ଏବଂ ତା ପାକରେ ଥିବା ଆଙ୍ଗୁଳି ସମାନ ମିଶି ହୋଇ ରହିଥାଏ ତେବେ ଏଭଳି ଲୋକଙ୍କ ଭାଗ୍ଯରେ କିଛି ଭଲ ହୋଇନଥାଏ। ଏହି ବ୍ଯକ୍ତିଙ୍କୁ ଟଙ୍କା ଅର୍ଜନ କରିବାରେ କଠିନ ପରିଶ୍ରମ କରିବାକୁ ପଡିଥାଏ। ମାନ୍ଯତା ରହିଛି ଏହିଭଳି ଲୋକମାନେ ତାଙ୍କର ସନ୍ତାନ ପଛରେ ହିଁ ଅଧିକ ଖର୍ଚ୍ଚ କରିଥାନ୍ତି। ଏଭଳି ଲୋକମାନେ ନିଜ ଟଙ୍କାର ଆନନ୍ଦ ନିଜେ ଉଠାଇ ପାରନ୍ତି ନାହିଁ।

foot3-ଯଦି ଆପାଣଙ୍କ ପାଦର ବୁଢା ଆଙ୍ଗୁଳି ଏବଂ ତା ପାଖରେ ଥିବା ଆଙ୍ଗୁଳି ସମାନ ଲମ୍ବର ହୋଇଥାନ୍ତି ତେବେ ଏଭଳି ବ୍ଯକ୍ତିଙ୍କ ପାଖରେ ଖୁବ୍ ଟଙ୍କା ରହିଥାଏ। ଘରେ କୌଣସି ଜିନିଷର ଅଭାବ ଦେଖାଯାଇନଥାଏ। ଏଭଳି ବ୍ଯକ୍ତିଙ୍କ ବୌବାହିକ ଜୀବନ ମଧ୍ଯ ସୁଖମୟ ହୋଇଥାଏ। ଏଭଳି ବ୍ଯକ୍ତିମାନେ ସାଙ୍ଗସାଥୀଙ୍କ ଠାରୁ ମଧ୍ଯ ବିଶେଷ ସାହାଯ୍ଯ ପାଇଥାନ୍ତି।

foot2-ସେହିଭଳି ଯଦି କୌଣସି ବ୍ଯକ୍ତିଙ୍କ ପାଦର ବୁଢା ଆଙ୍ଗୁଳି ଅନ୍ଯ ଆଙ୍ଗୁଳି ଠାରୁ ବଡ ହୋଇଥାଏ ତେବେ ଏଭଳି ବ୍ଯକ୍ତିମାନେ ସ୍ବଭାବରେ ଶାନ୍ତ ହୋଇଥାନ୍ତି। ଏଭଳି ବ୍ଯକ୍ତିମାନେ ପ୍ରତ୍ଯେକ ବ୍ଯକ୍ତିଙ୍କ ସହ ଉତ୍ତମ ବ୍ଯବହାର କରିଥାନ୍ତି। ଏଭଳି ଲୋକମାନଙ୍କୁ ଯେକୌଣସି ବ୍ଯକ୍ତି ନିଜ କଥାରେ ସହଜରେ ମନେଇପାରିବେ। ଏହିକାରଣରୁ ଅନେକ ଥର ଧୋକା ମଧ୍ଯ ଖାଇବାକୁ ପଡିଥାଏ। ଯଦି ଆପଣଙ୍କ ପାଦର ଆଙ୍ଗୁଳି ଏଭଳି ହୋଇଥାଏ ତେବେ ସାବଧାନ ହୋଇ ଚଳନ୍ତୁ।

foot4-ଯଦି କୌଣସି ବ୍ଯକ୍ତିଙ୍କ ପାଦର ବୁଢା ଆଙ୍ଗୁଳି ଏବଂ ତା ପାଖରେ ଥିବା ୨ଟି ଆଙ୍ଗୁଳି ଯଦି ସମାନ ହୋଇଥାଏ ତେବେ ଏହିଭଳି ବ୍ଯକ୍ତିମାନେ ଖୁବ୍ ପରିଶ୍ରମୀ ଏବଂ ଶାନ୍ତ ସ୍ବଭାବର ହୋଇଥାନ୍ତି। ଏଭଳି ଲୋକମାନେ କାହା ସହ ଝଗଡା କିମ୍ବା ଯୁକ୍ତିତର୍କ କରିବା ପାଇଁ ପସନ୍ଦ କରିନ୍ତିନାହିଁ।
ପାଦର ବୁଢା ଆଙ୍ଗୁଳି ଏବଂ ବାକି ସବୁ ଆଙ୍ଗୁଳି ଯଦି ସମାନ ହୋଇଥାଏ ତେବେ ଏଭଳି ମଣିଷ ସାମାନ୍ଯ ହୋଇନଥାନ୍ତି। ଏଭଳି ଲୋକମାନେ ବହୁତ ଫେମସ୍ ଏବଂ ବଡ ମଣିଷ ହୋଇଥାନ୍ତି। ଏଭଳି ବ୍ଯକ୍ତିମାନେ ଜୀବନରେ କିଛି ବଡ କାମ କରି ସୁନାମ ଅର୍ଜନ କରିଥାନ୍ତି।

foot--ଯଦି କୌଣସି ବ୍ଯକ୍ତିଙ୍କ ପାସଦର ବୁଢା ଆଙ୍ଗୁଳି ପାଖ ଆଙ୍ଗୁଳି ସବୁ ଆଙ୍ଗୁଳି ଠାରୁ ବଡ ହୋଇଥାଏ ତେବେ ଏହି ବ୍ଯକ୍ତି ଜୀବନରେ କେବେ ବି ଖାଲି ବସି ନଥାନ୍ତି। ଏମାନେ ସର୍ବଦା ବ୍ଯସ୍ତ ରହିବା ପାଇଁ ପସନ୍ଦ କରିଥାନ୍ତି। ଏଭଳି ବ୍ଯକ୍ତିମାନେ କୌଣସି ନା କୌଣସି କାମରେ ନିଜକୁ ବ୍ଯସ୍ତ ରଖିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.