ଦେଶରେ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟା ଭିତରେ ୬୦୮୮ ଟି ନୂଆ ସଂକ୍ରମିତ ଚିହ୍ନଟ

 ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ମାମଲା ବଢ଼ିବାରେ ଲାଗିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୬୦୮୮ ଟି ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ୧୪୮ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶ ବ୍ୟାପୀ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୧୮,୪୪୭ରେ ପହଂଚିଛି । ଯାହା ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୬୬,୩୩୦ଟି ମାମଲା ସକ୍ରିୟ ଥିବା ବେଳେ ୪୮,୫୩୪ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟପକ୍ଷରେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୫୮୩ରେ ପହଂଚିଛି ।

ସବୁଠୁ ଅଧିକ ଆତଙ୍କ ଖେଳାଇ ଥିବା ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟା ଭିତରେ ୨୭୮ ଜଣ ପୋଲିସ କରୋନା ସଂକ୍ରମିତ ହୋଇଥିବା ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ୧୬୬୬ ଜଣ ପୋଲିସ କରୋନା ପୀଡିତ ଥିବା ଜଣାଯାଇଛି । ଆନ୍ଧ୍ରପ୍ରଦେଶ, ଆସାମ, ରାଜସ୍ଥାନ, କର୍ଣ୍ଣାଟକ ରାଜ୍ୟ ମାନଙ୍କରେ ଗତ ୨୪ ଘଂଟା ଭିତରେ ଯଥାକ୍ରମେ ୬୨ , ୨୧୪, ୫୪, ୨୦୦ଟି ନୂଆ ମାମଲା ସାମ୍ନାକୁ ଆସିଛି । କହିରଖିବା ଉଚିତ ହେବକି ଆଜି ଓଡିଶାରେ ମଧ୍ୟ ୮୬ଟି ନୂଆ କରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସିଛି । ବିଶ୍ୱ କରୋନା ପ୍ରଭାବିତ ତାଲିକାର ୧୧ ତମ ସ୍ଥାନରେ ରହିଛି ଭାରତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.