ଭୋଡାଫୋନର ଧାଁସୁ ଅଫର, ୯୮ ଟଙ୍କିଆ ପ୍ଲାନରେ ମିଳୁଛି ମାଗଣା ୬ ଜିବି ଅତିରିକ୍ତ ଡାଟା

ଭୋଡାଫୋନ ଗ୍ରାହକଙ୍କ ପାଇଁ ଖୁସି ଖବର। କମ୍ପାନୀର ତାର ୯୮ ଟଙ୍କିଆ ପ୍ରିପେଡ ପ୍ଲାନରେ ମିଳୁଥିବା ଡାଡାକୁ ଏବେ ବୃଦ୍ଧି କରିଛି। ଏହି ପ୍ଲାନରେ ଗ୍ରାହକଙ୍କୁ ଏବେ ମାଗଣା ୬ ଜିବି ଅତିରିକ୍ତ ଡାଟା ଅଫର ମିଳିବ। ୯୮ ଟଙ୍କିଆ ପ୍ଲାନରେ କ’ଣ ସୁବିଧା ରହିଛି ଆସନ୍ତୁ ଜାଣିବା…

data

କମ୍ପାନୀ ଏହି ୯୮ ଟଙ୍କିଆ ପ୍ଲାନରେ ଆଗରୁ ୬ ଜିବି ଡାଟା ମିଳୁଥିଲା। କିନ୍ତୁ ଏବେ ୧୨ ଜିବି ଡାଟା ପ୍ରଦାନ କରିବ ବୋଲି କମ୍ପାନୀ କହିଛି। କମ୍ପାନୀ େଓ୍ଵବସାଇଟରେ ଏହି ପ୍ଲାନ ଡାଟା ଆଡ ଅନ ସେକ୍ସନରେ ଉପଲବ୍ଧ। ୨୮ ଦିନର ଅବଧି ସହିତ ଏହି ପ୍ଲାନକୁ ଏକ୍ସଟେଣ୍ଡ ଆଲୋନ ପ୍ଲାନ ଭାବେ ବ୍ୟବହାର କରାଯିବ। କେବଳ ଭୋଡାଫୋନ ନୁହେଁ, ଏୟାରଟେଲ ମଧ୍ୟ ୯୮ ଟଙ୍କିଆ ପ୍ୟାକରେ ୬ ଜିବି ଅତିରିକ୍ତ ଡାଟା ଦେବ ବୋଲି ଘୋଷଣା କରିଛି। ଏବେ ଏୟାରଟେଲରେ ଏହି ପ୍ୟାକ୍‌ରେ ଗ୍ରାହକଙ୍କୁ ୧୨ ଜିବି ଡାଟା ମିଳିବ।

ଭୋଡାଫୋନର ଏହି ଅଫର କେବଳ କିଛି ସର୍କଲରେ ଉପଲବ୍ଧ ହେବ। ଆନ୍ଧ୍ରପ୍ରଦେଶ, କେରଳ, ଦିଲ୍ଲୀ, ମୁମ୍ବାଇ ଏବଂ ଉତ୍ତରପ୍ରଦେଶର ଗ୍ରାହକ ଏହାର ଫାଇଦା ଉଠାଇପାରିବେ। କମ୍ପାନୀ ଖୁବଶୀଘ୍ର ଏହାକୁ ସମଗ୍ର ଦେଶରେ ଉପଲବ୍ଧ କରାଇବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.