ସରପଂଚଙ୍କ ସହାୟତାରେ ସଂଗରୋଧ କେନ୍ଦ୍ରରେ ସାବିତ୍ରୀ ବ୍ରତ ପାଳିଲେ ମହିଳା

ଯାଜପୁର ଟାଉନ(କେନ୍ଯୁଜ୍): ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ବା ସଂଗରୋଧ କେନ୍ଦ୍ରରେ ସାବିତ୍ରୀ ବ୍ରତ ପାଳିଲେ ମହିଳା । ଯାଜପୁର ବ୍ଲକ ସିମିଳିଆ ପଂଚାୟତର ସରପଂଚଙ୍କ ଉଦ୍ୟମ କ୍ରମେ ଏହା ସମ୍ଭବ ହୋଇପାରିଛି । ପଂଚାୟତର ମଇଦପୁର ସର୍ବମଂଗଳା ହାଇସ୍କୁଲ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୩ ଜଣ ମହିଳା ରହିଥିବା ବେଳେ ଚଳିତ ବର୍ଷ ସାବିତ୍ରି ବ୍ରତ ପାଳନ କରିଛନ୍ତି ।

ସାବିତ୍ରୀସରପଂଚ ପ୍ରତ୍ୟେକ ମହିଳାଙ୍କ ପାଇଁ ନୂତନ ଶାଢ଼ି,ପଂଳମୂଳ ପ୍ରଦାନ କରିବା ସହିତ ପାରମ୍ପରିକ ପୂଜାର୍ଚ୍ଚନା ପାଇଁ ସମସ୍ତ ବ୍ୟବସ୍ଥା କରିଥିଲେ । ସାମାଜିକ ଦୂରତା ରକ୍ଷା କରି ଏଭଳି ସାବିତ୍ରି ବ୍ରତ ପାଳନ ଉତ୍ସବରେ ଯାଜପୁର ବିଡିଓ ମଧ୍ୟ ଉପସ୍ଥିତ ରହି ସରପଂଚଙ୍କ ଏଭଳି ଉଦ୍ୟମକୁ ପ୍ରଶଂସା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.