RBI ଦେଲା ଲୋକମାନଙ୍କୁ ବଡ ଉପହାର, ଆଉ ତିନି ମାସ କୋହଳ ହେଲା EMI

କରୋନା ତାଲା ବନ୍ଦ ଭିତରେ RBI ଏକ ବଡ ଘୋଷଣା କରିଛି। ଲୋକମାନଙ୍କୁ ବଡ଼ ଆସ୍ୱସ୍ତି ଦେଇ ମାସିକ ଋଣ କିସ୍ତିର କୋହଳ ନୀତିକୁ ଆରବିଆଇ ତିନି ମାସ ଅର୍ଥାତ ଅଗଷ୍ଟ ଶେଷ ଯାଏ ବୃଦ୍ଧି କରିଛି। ଅର୍ଥାତ ଯଦି ଜଣେ ଗ୍ରାହକ ଚାହିଁବେ ଅଗଷ୍ଟ ଶେଷ ଯାଏଁ ନିଜ ଋଣ ଉପରେ କୌଣସି EMI ପୈଠ କରିବେ ନାହିଁ। ଏଥିସହିତ ଗ୍ରାହକଙ୍କ ଉପରେ କୌଣସି ଚାପ ନପକାଇବାକୁ ଆରବିଆଇ ସମସ୍ତ ବ୍ୟାଙ୍କ ଗୁଡିକୁ ନିର୍ଦ୍ଦେଶ ଦେଇଛି।

ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ କରୋନା ଭାଇରସ କାରଣରୁ ଅର୍ଥବ୍ୟବସ୍ଥାକୁ ବହୁତ ବଡ କ୍ଷତି ହୋଇଛି। MPC ରେପୋ ରେଟ ହ୍ରାସ କରିବାକୁ ନିଷ୍ପତ୍ତି କରିଛି। ଶକ୍ତିକାନ୍ତ ଦାସ କହିଛନ୍ତି ଯେ ରେପୋ ରେଟ ୪.୪%ରୁ ହ୍ରାସ ହୋଇ ୪% କରିଦିଆଯାଇଛି। ସେହିପରି ରିଭର୍ସ ରେପୋ ରେଟ ୩.୭୫%ରୁ ହ୍ରାସ ପାଇ ୩.୩୫ ପ୍ରତିଶତ କରିଦିଆଯାଇଛି। ସେ କହିଛନ୍ତି ଯେ ମହଙ୍ଗା ଦର ଏବେବି ୪ ପ୍ରତିଶତ ତଳକୁ ରହିବାକୁ ସମ୍ଭାବନା ରହିଛି।

ଆଉ ତିନି ମାସ କୋହଳ ହେଲା EMI

ଆରବିଆଇ ଲୋନର କିସ୍ତି ବା EMI ଭରିବାକୁ ଆଉ ତିନି ମାସ କୋହଳ କରିଛି। ଅର୍ଥାତ ଯଦି ଆପଣ ତିନି ମାସ ପର୍ଯ୍ୟନ୍ତ ଲୋନର କୌଣସି କିସ୍ତି ଦେଉନାହାନ୍ତି ତାହେଲେ ବ୍ୟାଙ୍କ ଆପଣଙ୍କ ଉପରେ କୌଣସି ପ୍ରକାର ଚାପ ପକାଇବନାହିଁ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ପ୍ରଥମେ ମାର୍ଚ୍ଚ ଠାରୁ ମେ ପର୍ଯ୍ୟନ୍ତ ଏହାକୁ କୋହଳ କରାଯାଇଥିଲା। ଆଉ ଏବେ ଏହାକୁ ଅଗଷ୍ଟ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.