Below header

କାଲି ଓଡ଼ିଶାରେ ପହଞ୍ଚିବ ବାଜପେୟୀଙ୍କର ଚିତାଭସ୍ମ

ଭୁବନେଶର(କେନ୍ୟୁଜ୍) : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଚିତାଭସ୍ମ ଆସନ୍ତାକାଲି ଓଡ଼ିଶା ଆସିବ। ବିମାନବନ୍ଦରରେ ପହଞ୍ଚିବା ପରେ ଚିତାଭସ୍ମକୁ ରାଜ୍ୟ ବିଜେପି କାର୍ୟ୍ୟାଳୟକୁ ଅଣାଯିବ। ପୁରୀ ମହୋଦଧି ଓ ରାଜ୍ୟର ପ୍ରମୁଖ ନଦୀରେ ଚିତାଭସ୍ମ ବିସର୍ଜନ କରାଯିବାର କାର୍ୟ୍ୟକ୍ରମ ରହିଛି।

ସମସ୍ତଙ୍କର ପ୍ରିୟ ଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ତାଙ୍କର ଦେହାନ୍ତ ପରେ ୧୦୦ଟି ପବିତ୍ର ନଦୀରେ ବାଜପେୟୀଙ୍କ ଅସ୍ଥି ବିସର୍ଜନ ପାଇଁ ଲକ୍ଷ୍ୟ ରଖାଯାଇଛି । ବୁଧବାର ଦିନ ଓଡ଼ିଶାରେ ପହଞ୍ଚିବ ବାଜପେୟୀଙ୍କ ଚିତାଭସ୍ମ । ବିମାନ ଯୋଗ ଆସି ପହଞ୍ଚିବା ପରେ ପରେ ରାଜ୍ୟ ବିଜେପି କାଯ୍ୟାର୍ଳୟକୁ ଅଣାଯିବ । ସେଠାରେ ଦଳୀୟ କର୍ମୀ ଓ ଜନସାଧାରଣଙ୍କ ଦର୍ଶନ ପାଇଁ ରଖାଯିବ । ଏହାକୁ ଗୁରୁବାର ପୁରୀ ନିଆଯାଇ ମହୋଦଧିରେ ବିସର୍ଜନ କରାଯିବାର କାର୍ୟ୍ୟକ୍ରମ ରହିଛି ।

ଆସନ୍ତା ୨୪ ତାରିଖ ଦିନ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ ସର୍ବଦଳୀୟ ସ୍ମୃତିଚାରଣ ସଭା । ଏନେଇ ବିଜେପିର ଏକ ଟିମ୍ ପ୍ରଦର୍ଶନୀ ପଡିଆରେ ପହଞ୍ଚି ପ୍ରସ୍ତୁତିର ତଦାରଖ କରିଛନ୍ତି । କେବଳ ମହୋଦଧି ନୁହେଁ, ରାଜ୍ୟର ପ୍ରମୁଖ ନଦୀରେ ବାଜପେୟୀଙ୍କ ଚିତାଭସ୍ମକୁ ବିସର୍ଜନ କରାଯିବ ।

ଗତ ୧୬ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦେହାନ୍ତ ହୋଇଥିଲା। ଏହାପରେ ୧୯ ତାରିଖରେ ହରିଦ୍ୱାର ଗଙ୍ଗାନଦୀରେ ବିସର୍ଜନ ହୋଇଥିଲା ତାଙ୍କର ଚିତାଭସ୍ମ । ଉତ୍ତରପ୍ରଦେଶରୁ ୧୮ଟି କଳସ ଯାତ୍ରା ବାହାରିଥିବା ବେଳେ ବିଭିନ୍ନ ରାଜ୍ୟର ପବିତ୍ର ନଦୀରେ ଅସ୍ଥି ବିସର୍ଜନ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.