ରାଫେଲ ଡିଲ୍‌ ଦୁର୍ନୀତି : ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ-ହାଲ୍‌ କ୍ଷତିଗ୍ରସ୍ତ

ଭୁବନେଶ୍ବର(କେନ୍ଯୁଜ୍) : ରାଫେଲ ଡିଲ୍‌ ଦୁର୍ନୀତି ଯୋଗୁଁ ଓଡ଼ିଶାରେ ଥିବା ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ-ହାଲ୍‌ କ୍ଷତିଗ୍ରସ୍ତ ହୋଇଛି । କଂଗ୍ରେସ ଏହି ଅଭିଯୋଗ ଆଣିବା ସହ ମୋଦି ସରକାରଙ୍କୁ କରିଛି ଟାର୍ଗେଟ । ରାଜ୍ୟ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ ଅଭିଯୋଗ କରିଛନ୍ତି ଯେ, ରାଫେଲ ଏୟାରକ୍ରାଫ୍ଟ କିଣିବା ବେଳେ ଡିଫେନସ ପ୍ରୋକ୍ୟୋରମେଣ୍ଟ ପ୍ରୋସିଜିଓର-ଡିପିପିକୁ ଅନୁସରଣ କରାଯାଇନାହିଁ ।

ୟୁପିଏ ସରକାର ଅମଳରେ ଏୟାରକ୍ରାଫ୍ଟ କିଣିବା ପାଇଁ ହାଲ୍‌ ସହିତ ଏଗ୍ରିମେଣ୍ଟ ହୋଇଥିବା ବେଳେ ଏନଡିଏ ସରକାର ଫ୍ରାନ୍ସ ଠାରୁ କିଣିଛନ୍ତି । ସେହିପରି ୧୨ ଦିନ ତଳେ ଗଠିତ ହୋଇଥିବା ରିଲାୟନସର ଡିଫେନସ କଂପାନୀକୁ ମରାମତି କାର୍ଯ୍ୟ ଦିଆଯାଇଛି ।  ୩୬ଟି ଏୟାରକ୍ରାଫଟ କିଣିବା ବାବଦରେ ୪୧ ହଜାର ୨୦୫ କୋଟି ଟଙ୍କାର  କ୍ଷତି ହୋଇଛି । ମୋଦି ସରକାରଙ୍କ ରିଲାଏନସ ପ୍ରୀତିକୁ ସମାଲୋଚନା କରିଛ କଂଗ୍ରେସ । ସେପଟେ ବିଜେପି ଅଭିଯୋଗକୁ ଖଣ୍ଡନ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.