ପୁଣି ଥରେ ଆଉ ଏକ ଧମାକେଦାର ଆଇଟମ୍ ସଙ୍ଗ କରିବେ ମଲାଇକା

ମୁମ୍ବାଇ : ମଲାଇକା ଆରୋରାଙ୍କ ଫ୍ୟାନଙ୍କ ପାଇଁ ଖୁସି ଖବର । ଖୁବ ଶୀଘ୍ର ଫିଲ୍ମ ପଟାକାରେ ଆଇଟମ୍ ସଙ୍ଗ କରିବେ ମଲାଇକା । ଆଇଟମ୍ ସଙ୍ଗଟିକୁ ଲେଖିଛନ୍ତି ଗୁଲଜାର । ଗୀତର ବୋଲ ରହିଛି ହେଲୋ ହେଲୋ । ଗୀତଟିକୁ ଗାଇଛନ୍ତି ରେଖା ଭରଦ୍ୱାଜ । ଗଣେଷ ଆଚାର୍ଯ୍ୟ ଗୀତର କୋରିଓଗ୍ରାଫି କରିଛନ୍ତି । ୨୮ ସେପଟେମ୍ବରେ ରିଲିଜ ହେବ ଫିଲ୍ମ।
ମଲାଇକା ବଲିଉଡରେ ଆଇଟମ୍ ଗାର୍ଲ ଭାବେ ବେଶ ପପୁଲାର । ଅନେକ ସୁପରହିଟ୍ ଫିଲ୍ମରେ ରହିଛି ତାଙ୍କର ଆଇଟମ୍ ସଙ୍ଗ୍ । ଫିଲ୍ମ ଦବଙ୍ଗରେ ମୁନ୍ନି ବଦନାମ ସଙ୍ଗ ଆଜି ବି ପାଗଳ କରେ ଯୁବପିଢିଙ୍କୁ । ଏହି ଗୀତଟି ତାଙ୍କ କ୍ୟାରିଅରକୁ ଖୁବ ମାଇଲେଜ୍ ଦେଇଥିଲା ।