Below header

ପାଠ ପଢ଼ାଇବା ବାହାନାରେ ଘରେ ରଖି ନାବାଳିକାଙ୍କୁ ନିର୍ଯାତନା ଅଭିଯୋଗ, ଶିକ୍ଷୟିତ୍ରୀଙ୍କ ବିରୋଧରେ ଥାନାରେ ଏତଲା

ବାସୁଦେବପୁର (କେନ୍ୟୁଜ୍‌) : ଦୁଇ ଛାତ୍ରୀଙ୍କୁ ଘରେ ରଖି ନିର୍ଯାତନା ଦେଇଛନ୍ତି ଶିକ୍ଷୟିତ୍ରୀ । ଏବେ ଏଭଳି ଏକ ଅଭିଯୋଗ ଚର୍ଚ୍ଚା ସୃଷ୍ଟି କରିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସ୍ଥିତ ଅଢୁଆଁ ପଂଚାୟତରେ । ଅଢୁଆଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ପ୍ରଭାତୀ ମହାପାତ୍ର ଦୁଇଜଣ ଛାତ୍ରୀଙ୍କୁ ନେଇ ନିଜ ଘରେ ରଖିଥିଲେ । ତେବେ ସେମାନଙ୍କୁ ନିର୍ଯାତନା ଦେଉଥିବାର ଛାତ୍ରୀଙ୍କ ମା ବାସୁଦେବପୁର ଥାନା ସମେତ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛନ୍ତି ।

ସୂଚନା ଅନୁସାରେ ଅଢୁଆଁ ସ୍କୁଲରେ ସେହି ଗ୍ରାମର ବିଦ୍ୟାଧର ମଳିକଙ୍କ ଦୁଇ ଝିଅ ସରୋଜିନୀ ଓ ସରସ୍ୱତୀ ପାଠ ପଢୁଛନ୍ତି । ଶିକ୍ଷୟିତ୍ରୀ ପ୍ରଭାତୀ ମହାପାତ୍ର ସରୋଜିନୀକୁ ନେଇ ନିଜ ପାଖରେ ରଖି ପାଠ ପଢ଼ାଇବା ପାଇଁ ତାର ମା ସୁଲୋଚନାଙ୍କୁ କହିଥିଲେ । ଏମିତିକି ତାକୁ ବଡ଼ କରି ଭଲ ଜାଗାରେ ବାହା କରାଇବେ ବୋଲି ପ୍ରତିଶ୍ରୁତି ଦେଇ ସାଙ୍ଗରେ ନେଇଯାଇଥିଲେ । ଶିକ୍ଷୟିତ୍ରୀ ଜଣକ ନିଜ ଘରେ ଏକା ରହୁଥିଲେ । ହେଲେ ସରୋଜିନୀକୁ ଘରେ ରଖି ପାଠ ପଢ଼ାଇବା ବଦଳରେ ବାସନ ମାଜିବା ସହିତ ଘରର ସମସ୍ତ କାର୍ଯ୍ୟ କରାଉଥିବା ଅଭିଯୋଗ ହୋଇଛି । ଏହା ସହିତ ବିଭିନ୍ନ ସମୟରେ ମାଡ ମାରୁଥିଲେ ବୋଲି ସୁଲୋଚନା ଅଭିଯୋଗ କରିଛନ୍ତି । ଏମିତିକି ଏନେଇ ଘରେ କହିଲେ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଉଥିବା ମଧ୍ୟ ଅଭିଯୋଗରେ ଦର୍ଶା ଯାଇଛି ।

TOURTER-1

ସରୋଜିନୀ ନିର୍ଯାତନା ସହି ନପାରି ଶିକ୍ଷୟିତ୍ରୀଙ୍କ ଘରୁ ଲୁଚି ପଳାଇ ଆସିଥିଲେ ମଧ୍ୟ ଭୟରେ ପାଟି ଖୋଲି ନଥିଲେ । ପରେ ଶିକ୍ଷୟିତ୍ରୀ ଜଣକ ମା ସୁଲୋଚନା ପରିବାର ଲୋକଙ୍କୁ ବୁଝାସୁଝା କରି ସାନ ଭଉଣୀ ସରସ୍ୱତୀକୁ ନେଇ ପାଠ ପଢ଼ାଇବା ଆଳରେ ନିଜ ଘରକୁ ନେଇ ଯାଇଥିଲେ । ଅତି ଗରିବ ପରିବାର ଏବଂ ପାପଞ୍ଚ ପାଞ୍ଚଟି ପିଲା ଥିବାରୁ ସୁଲୋଚନା ତାଙ୍କ ଆର ଝିଅଟିକୁ ମଧ୍ୟ ଶିକ୍ଷୟିତ୍ରୀଙ୍କ ସହିତ ଛାଡ଼ି ଦେଇଥିଲେ । ତେବେ ସରସ୍ୱତୀକୁ ମଧ୍ୟ ସେହିଭଳି ଘରର ଯାବତୀୟ କାମ କରାଇବା ସହିତ ନିର୍ଯାତନା ଦେଇଥିଲେ । ତେଣୁ ସରୋଜିନୀ ଭଳି ସରସ୍ୱତୀ ମଧ୍ୟ ତାଙ୍କ ଘର ଛାଡି ପଳାଇ ଆସି ମାଁକୁ ସବୁ କଥା କହିଥିଲା ।

ଏହାପରେ ସୁଲୋଚନା ନ୍ୟାୟ ପାଇଁ ସ୍ଥାନୀୟ ସରପଞ୍ଚ ଠାରୁ ଅରମ୍ଭ କରି ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଜଣାଇ ଥିଲେ । ତେବେ କୌଣସି ପଦକ୍ଷେପ ନିଆ ନଯିବାରୁ ସେ ସ୍ଥାନୀୟ ପୋଲିସରେ ଏବଂ ବ୍ଲକ ଶିକ୍ଷା ଅଧିକାରୀଙ୍କ ପାଖରେ ଅଭିଯୋଗ କରିଛନ୍ତି । ଏନେଇ ଶିକ୍ଷୟିତ୍ରୀଙ୍କୁ ପଚାରିବାରୁ ଏହି ଘଟଣା ଉପରେ ସେ କିଛି କହିବାକୁ ମନା କରି ଦେଇଥିଲେ । ଅନ୍ୟପକ୍ଷରେ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ଗୋଷ୍ଠୀ ଶିକ୍ଷା ଅଧିକାରୀ ।
ତେବେ ଅଭିଯୋଗକୁ ନେଇ କିଛି ପ୍ରଶ୍ନ ଉଠିଛି, ଯେମିତିକି ୨୦୧୩ରୁ ସରୋଜିନୀ ସଂପୃକ୍ତ ଶିକ୍ଷୟିତ୍ରୀଙ୍କ ଘରେ ରହୁଥିବା ବେଳେ ଏବେ କାହିଁକି ତାଙ୍କ ମା ଅଭିଯୋଗ କଲେ? ଶିକ୍ଷୟିତ୍ରୀ ଜଣକ ପ୍ରକୃତରେ ଝିଅ ଦୁଇଜଣଙ୍କୁ ପାଠ ପଢ଼ାଇବାକୁ ନା ନିଜ ଘର କାମ କରିବାକୁ ରଖିଥିଲେ ? ଏ ନେଇ ପ୍ରତିକ୍ରିୟା ପାଇଁ କହିବା ପରେ କାହିଁକି ସେ ଏଡ଼ାଇ ଯାଉଛନ୍ତି? ଏମିତିକି ସାମ୍ବାଦିକମାନଙ୍କୁ ମଧ୍ୟ ଧମକ ଦେଇଥିବା କୁହାଯାଉଛି । ଆଉ ଯଦି ଶିକ୍ଷୟିତ୍ରୀ ଜଣକ ଏହି ନାବାଳିକାଙ୍କୁ ରଖି ପାଠ ପଢ଼ାଇବା ବାହାନାରେ ପ୍ରକୃତରେ ଘର କାମ କରାଉଥିଲେ ତେବେ ଦୋଷ ତ ସାଂଘାତିକ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.