ଦେଶରେ ଗତ ୨୪ ଘଣ୍ଟାରେ ୩୫୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ଚିହ୍ନଟ ହେଲେ ୫୩ ହଜାର ୪୮୦ ଜଣ ନୂଆ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ଚିନ୍ତା ବଢ଼ାଇଲାଣି ଦୈନିକ କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ୩୫୪ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଗତକାଲି ଏହି ସଂଖ୍ୟା ଥିଲା ୨୭୧ । ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂକ୍ୟା ୧ ଲକ୍ଷ ୬୨ ହଜାର ୪୬୮କୁ ବୃଦ୍ଧି ପାଇଛି । ଦେଶରେ ଗତ ୨୪ ଘଣ୍ଟାରେ ୫୩ ହଜାର ୪୮୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୨୧ ଲକ୍ଷ ୪୯ ହଜାର ୩୩୫କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ର, ଛତିଶଗଡ଼, ପଞ୍ଜାବ, କେରଳ, କର୍ଣ୍ଣାଟକ, ତାମିଲନାଡୁ, ଗୁଜରାଟ, ମଧ୍ୟପ୍ରଦେଶ ଆଦି ରାଜ୍ୟରେ ସଂକ୍ରମଣ ବଢ଼ିବାରେ ଲାଗିଛି । ୮୦ ପ୍ରତିଶତରୁ ଅଧିକ କେବଳ ଏସବୁ ରାଜ୍ୟରୁ ଚିହ୍ନଟ ହେଉଛନ୍ତି । ମହାରାଷ୍ଟ୍ର, ପଞ୍ଜାବ ଓ ଛତିଶଗଡରେ ଅଧିକ କରୋନାରେ ପ୍ରାଣ ହରାଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.