ହୋଟେଲ ରେଲିଂ ପାର୍ଶ୍ୱରୁ ତଳକୁ ଖସିପଡି ପର୍ଯ୍ୟଟକ ମୃତ, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ

ପୁରୀ (କେନ୍ୟୁଜ୍): ପୁରୀ ହୋଟେଲରେ ପର୍ଯ୍ୟଟକଙ୍କୁ ହତ୍ୟା ଅଭିଯୋଗ । ହୋଟେଲ ରୁମ୍‌ ବାହାରେ ରକ୍ତଛିଟା ପଡିଛି । ମୃତ ପର୍ଯ୍ୟଟକ ହେଲେ ପଶ୍ଚିମବଙ୍ଗ ଚବିଶ ପ୍ରଗଣାର ପ୍ରେମ ଓରଫ ଚୟନ ସରକାର। ସହଯୋଗୀ ହତ୍ୟା କରି ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଛି। ସମୁଦ୍ରକୂଳ ଥାନା ପୋଲିସ ପକ୍ଷରୁ ହତ୍ୟା ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।

ଗତ ୬ ତାରିଖ ଦିନ ୫ ଜଣ ବନ୍ଧୁଙ୍କ ସହ ପ୍ରେମ ପୁରୀ ବୁଲିବାକୁ ଆସି ଏକ ହୋଟେଲରେ ରହିଥିଲେ। ଗତକାଲି ଅପରାହ୍ନରେ ହୋଟେଲ ରେଲିଂ ପାର୍ଶ୍ୱରୁ ତଳକୁ ଖସିପଡିଥିଲେ। ତାଙ୍କୁ ପ୍ରଥମେ ପୁରୀ ଓ ଭୁବନେଶ୍ୱର ସ୍ଥିତ ଏକ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପରିବାର ଲୋକ ଆସି ପହଁଞ୍ଚିଛନ୍ତି। ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ଥାନାରେ ଏତଲା ଦେଇଛନ୍ତି। ହୋଟେଲରେ ଅତିରିକ୍ତ ଏସ୍‌ପି ଓ ସାଇଣ୍ଟିଫିକ ଟିମ୍‌ ପହଁଞ୍ଚି ତଦନ୍ତ ଜାରି ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.