ଝାରସୁଗୁଡ଼ା: ବିଚ୍ ରାସ୍ତା ଉପରେ ପଡିଗଲା ପିଆଜ ବସ୍ତା, ଯିଏ ଯେମିତି ପାରିଲା ଗୋଟାଇ ନେଲା

ଝାରସୁଗୁଡ଼ା: ପିଆଜ ପାଇଁ ଟ୍ରାଫିକ୍‌ ଜାମ୍‌ । ରାସ୍ତାରେ ପିଆଜ ଗୋଟାଇବାକୁ ଲୋକଙ୍କ ଜମିଲା ଭିଡ଼ । ଯିଏ ଯେମିତି ପାରିଲା ପିଆଜ ଗୋଟାଇ ନେଲା । କିଏ ହାତରେ ଭର୍ତ୍ତି କରି ନେଇଗଲା ତ ଆଉ କିଏ ବାଇକ୍‌ ଡିକିରେ ନେଇଗଲା । ବିଲେଇ କପାଳରେ ଶିକା ଛିଡିବା ଭଳି ଲୋକଙ୍କ ଭାଗ୍ୟରେ ପଡ଼ିଗଲା ପିଆଜ । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଝାରସୁଗୁଡ଼ା ବେଲପାହାଡ ଫାଟକ ଅଞ୍ଚଳରେ । ସଂଧ୍ୟା ସମୟରେ ଜଣେ ବ୍ୟକ୍ତି ବାଇକ୍‌ରେ ପିଆଜ ବସ୍ତା ନେଇ ଯାଉଥିବା ବେଳେ ଫାଟକ ଅଞ୍ଚଳରେ ବସ୍ତାଟି ପଡ଼ି ଯାଇଥିଲା । ଏହା ଦେଖିବା ମାତ୍ରେ ଲୋକେ ପିଆଜ ନେବା ପାଇଁ ଭିଡ ଜମାଇଥିଲେ । ଲୋକଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଦେଖିବାକୁ ମିଳିଥିଲା । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.