ରାଜଧାନୀ ରାସ୍ତା ଏତେ ଭିଡ଼ କାହିଁକି ? ଜବାବ ଦେବାକୁ କେହି ଯେମିତି ନାହାନ୍ତି

ଭୁବନେଶ୍ୱର (କେନ୍ୟୁଜ୍‌) : ଏଇ କିଛି ଦିନ ହେଲା ରାଜଧାନୀ ଭୁବନେଶ୍ୱରର ରାସ୍ତାଘାଟରେ ଭାରି ଭିଡ଼ ଦେଖିବାକୁ ମିଳୁଛି । ଟ୍ରାଫିକ ଛକରେ ଗାଡ଼ି ସବୁ ଜାମ୍‌ ହୋଇ ଯାଉଛି । ଗାଡ଼ି ପଛରେ ଗାଡ଼ି ଲାଗି ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଉଛି । ବିଚରା କେଇଜଣ ଟ୍ରାଫିକ୍‌ ପୋଲିସ୍‌ ଏଭଳି ଭିଡ଼କୁ ସମ୍ଭାଳିବାରେ ନାକେଦମ୍‌ ହୋଇ ଯାଉଛନ୍ତି ।

ଦିନରେ ତ ଯାହା ଗହଳି ରହୁଛି ତା ସହିତ ରାତି ହେଲେ ଆଉ ରାସ୍ତା ନୁହେଁ କେବଳ ମାଳମାଳ ଗାଡ଼ି ଦେଖା ଯାଉଛି । ଗାଡ଼ିର ଲାଇଟ୍‌, ପେଁପାଁ ଶବ୍ଦରେ କାନ ତାବଦା ହୋଇ ଯାଉଛି । କାରଣ ସମସ୍ତଙ୍କୁ ଜଲଦି ଯିବାର ଅଭ୍ୟାସ ରହିଛି । କେହି ଟିକେ ଅପେକ୍ଷା କରିବାକୁ ରାଜି ନୁହନ୍ତି । ହେଲେ ଏହି ଟଣାଓଟରା ଭିତରେ ସମୟ ନଷ୍ଟ, ତେଲ ନଷ୍ଟ ଆଉ ପ୍ରଦୂଷଣ ବଢୁଛି । ଏକଥାକୁ କାହାରବି ଖାତିର ନାହିଁ ।

bbsr traffic-2

ଯାହା ଜଣାପଡ଼ିଛି, ହକି ବିଶ୍ୱ କପ୍‌ ପାଇଁ ଫୁଲ୍‌ ଦମ୍‌ରେ ସଜେଇ ହେଉଛି ଭୁବନେଶ୍ୱର ମହାନଗରୀ । ଅନେକ ଜାଗାରେ ରାସ୍ତା କାମ ହେଉଛି । ପୁଣି ଫ୍ଲାଏଓଭରକୁ ମଧ୍ୟ ନୂଆ ରୂପ ଦିଆଯାଉଛି । ଏସବୁ କାମ ବେଳେ ଭିଡ଼ ବଢ଼ି ଯାଉଛି । ତଥାପି କୌଣସି କାମ ହେଉନଥିବା ବେଳେ ମଧ୍ୟ ଗାଡ଼ିଗୁଡ଼ିକ ରାସ୍ତାରେ ଭିଡ଼ ଜମାଉଛନ୍ତି । ଲାଗୁଛି ଯେମିତି ଶରଣାର୍ଥୀଙ୍କ ଭଳି ବେଶ୍‌ କେଇ ହଜାର ଲୋକ ଅନୁପ୍ରବେଶ କରିଛନ୍ତି ରାଜଧାନୀ ଭିତରକୁ ।
ଅବଶ୍ୟ ସମସ୍ତେ ଏହାକୁ ନେଇ କଥା ହେଉଛନ୍ତି । ଅହେତୁକ ଭିଡ଼ ସମ୍ପର୍କରେ ଆଲୋଚନା ବି କରୁଛନ୍ତି । ହେଲେ ଜବାବ ଦେବ କିଏ ? କାହିଁକି ଏ ଭିଡ଼, ଟ୍ରାଫିକ୍‌ ଜାମ୍‌ ଆଉ ଅସନ୍ତୋଷ ? …

ଅପେକ୍ଷା କରନ୍ତୁ କାଳେ ସରକାରୀ ଅଧିକାରୀ କେହି ଏ ଭିଡ଼ରେ ଫସି ବେଶ୍‌ କିଛି ସମୟ ଧନ୍ଦି ହେଲା ପରେ ସଫେଇ ଦେଇ ପାରନ୍ତି !

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.