ଓଡ଼ିଶାରେ ପହଁଚିଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ, ଏମ୍ସ କନଭୋକେସନରେ ଦେବେ ଯୋଗ

ଭୁବନେଶ୍ବର(କେନ୍ୟୁଜ୍):  ଓଡ଼ିଶାରେ ପହଁଚିଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟା। ଗଣମାଧ୍ୟମର ପ୍ରଶ୍ନରେ ଉତ୍ତର ଦେଇ ମାଣ୍ଡଭିୟା କହିଛନ୍ତି ଓଡ଼ିଶାରେ ଦୁଇ ଦିନ ପାଇଁ ଆସିଛି। ଏଠି ଭାରତ ସରକାରଙ୍କ ପକ୍ଷରୁ ଏମ୍ସ କନଭୋକେସନରେ ଯୋଗ ଦେବି। ହେଲଥ ସେକ୍ଟରରେ କାମ କରୁଥିବା ICMR ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଉଦଘାଟନରେ ଯୋଗ ଦେବି। ରାଜ୍ୟ ସ୍ୱାସ୍ଥ୍ୟ ସେବା ବାବଦରେ ସମୀକ୍ଷା ମଧ୍ୟ କରାଯିବ।

କୋଭିଡ ସ୍ଥିତି ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ବିଶ୍ୱରେ କୋଭିଡ ମହାମାରୀ ଭିନ୍ନ ଭିନ୍ନ ଭ୍ୟାରିଆଣ୍ଟ ମାଧ୍ୟମରେ ଫେରୁଛି। ମୋଦି ନିର୍ଦ୍ଦେଶ ଦେଇଛନ୍ତି ସବୁ ପ୍ରକାର ସତର୍କତା ରକ୍ଷା କରିବା ପାଇଁ।  ଏଆରପୋର୍ଟ,ସି-ପୋର୍ଟ ଆସୁଥିବା ସବୁ ଯାତ୍ରୀଙ୍କ RTPCR ଟେଷ୍ଟ କରାଯାଉଛି। ୫ଟି ଦେଶ ରିସ୍କି ଅଛି।
ଚାଇନା,ଜାପାନ,ସାଉଥ କୋରିଆ କୋରିଆ,ହଂକଂ,ବ୍ୟାଙ୍କକରୁ ଆସୁଥିବା ଯାତ୍ରୀଙ୍କ ଏୟାର ସୁବିଧା ବାଧ୍ୟତାମୂଳକ କରାଯାଇଛି।
ଯିଏ ବି ଆସିବ ୪୮ ଘଣ୍ଟା ପୂର୍ବରୁ ସେମାନଙ୍କ RTPCR ଟେଷ୍ଟ କରାଯାଇ ତାଙ୍କ ରିପୋର୍ଟ ଡାଉନଲୋଡ କରିବାକୁ ପଡିବ। ମୁଁ କାଲି ଦିଲ୍ଲୀ ଏୟାର ପୋର୍ଟ ଗସ୍ତ କରିଥିଲି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଗତ ଏକ ସ୍ପହରେ ୧୨୦ରୁ ଉର୍ଦ୍ଧ୍ବ ପଜିଟିଭ୍ କେସ୍ ଆସିଛି। ଯିଏ ପିଜେଟିଭ ହେଉଛି ତାଙ୍କୁ ଆଇସୋଲେସନ୍ ସେଣ୍ଟର ପଠା ଯାଉଛି।ଦେଶବାସୀଙ୍କୁ ଡରିବାର କୌଣସି ଆଵଶ୍ୟକତା ନାହିଁ।କିନ୍ତୁ ସତର୍କ ରୁହନ୍ତୁ,ମାସ୍କ ପିନ୍ଧନ୍ତୁ,ସାମାଜିକ ଦୂରତା ରକ୍ଷା କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.