Below header

ଚୌଦ୍ୱାର ସ୍ଥିତ ମୁଣ୍ଡାମାଳ ଛକ ନିକଟରେ ଅଟକିଲା ଟ୍ରେନ୍‌, ହୀନସ୍ତା ଭୋଗିଲେ ଯାତ୍ରୀ ଓ ସାଧାରଣ ଲୋକେ

୫୫ ନମ୍ବର ଜାତୀୟ ରାଜପଥର ଉପରେ ଯାଇଥିବା ଟ୍ରେନ୍‌ ଲାଇନରେ ଅଟକିଥିଲା କୋଇଲା ବୋଝେଇ ଟ୍ରେନ୍‌। ଇମ୍ଫା କାରଖାନାକୁ ଆସିଥିବା ଟ୍ରେନ୍‌ କଟକ ଜିଲ୍ଲା ଚୌଦ୍ୱାର ନିକଟ ମୁଣ୍ଡାମାଳ ଛକ ନିକଟରେ ଅଟକିଗଲା। ଫଳରେ ନାହିଁ ନଥିବା ଅସୁବିଧା ଭୋଗିଥିଲେ ଯାତ୍ରୀ। ପାଖାପାଖି ଅଧା ଘଣ୍ଟାରୁ ଅଧିକ ସମୟ ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ଯାଇଥିଲା ଶହ ଶହ ଗାଡ଼ି। ସ୍କୁଲ, କଲେଜ, ବ୍ୟବସାୟୀ, ରୋଗୀ, ଆମ୍ବୁଲାନ୍ସ, ସାଧାରଣ ଲୋକ ଅଟକି ରହିଥିଲେ। ହୀନସ୍ତା ଭୋଗିଥିଲେ ଯାତ୍ରୀ। ଏମିତି ପରିସ୍ଥିତିରେ ଇମ୍ଫାର କୌଣସି କର୍ମଚାରୀ ସେହି ସ୍ଥାନରେ ପହଞ୍ଚି ନଥିବା ଅଭିଯୋଗ ହୋଇଛି। ତାସହ ପୋଲିସର ବି ଦେଖା ମିଳି ନଥିବା ଅଭିଯୋଗ ହୋଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.