ଭୁବନେଶ୍ବର: ଆଗାମୀ ରଣଜୀ ସିଜନ ପାଇଁ କିଟ ଷ୍ଟାଡିୟମ ହେବ ସିକିମ୍ ଟିମର ହୋମ ଗ୍ରାଉଣ୍ଡ

ଭୁବନେଶ୍ବର:  ୨୦୧୯-୨୦ରେ ସିକିମ କ୍ରିକେଟ ଆସୋସିଏସନର ପୁରୁଷ ଓ ମହିଳା ଟିମ୍‌ର ହୋମ ଗ୍ରାଉଣ୍ଡ ହେବ କିଟ୍‌ । କିଟ୍‌ ପରିସରରେ ସିକିମ କ୍ରିକେଟ ଆସୋସିଏସନକୁ ସମସ୍ତ ସୁବିଧା ସୁଯୋଗ ଦିଆଯିବ । ସିକିମ କ୍ରିକେଟ ଆସୋସିଏସନର ସବୁ ମ୍ୟାଚ କିଟ୍‌ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ । ଏନେଇ କିଟ୍‌ ଓ ସିକିମ କ୍ରିକେଟ ଆସୋସିଏସନ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏହି ଅବସରରେ କିଟ୍‌ ବିଶ୍ୱବିଦ୍ୟାଳୟର କ୍ରିଡା ନିର୍ଦ୍ଦେଶକ ଡକ୍ଟର ଗଗନେନ୍ଦୁ ଦାଶ ଓ ସିକିମ କ୍ରିକେଟ୍‌ ଆସୋସିଏସନ୍‌ ସଭାପତି ଲବଜାନାଗ ସେନଜିଙ୍ଗ  ଏବଂ ସଂପାଦକ ସୋନମ ପାଲଦେନ ଭୂତିଆ ଉପସ୍ଥିତ ଥିଲେ । ସିକିିମ କ୍ରିକେଟ୍‌ ଆସୋସିଏସନ୍‌ ହୋମ ଗ୍ରାଉଣ୍ଡ ତିଆରି କରିବା ପର୍ଯ୍ୟନ୍ତ ପ୍ରତିବର୍ଷ ବୁଝାମଣା ପତ୍ରର ନବୀକରଣ ହେବ । ସେପଟେ କିଟ୍‌ ତରଫରୁ ଯୋଗା ଯାଉଥିବା ସୁବିଧା ସୁଯୋଗ ପାଇଁ ସିକିମ କ୍ରିକେଟ ଆସୋସିଏସନ ପକ୍ଷରୁ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ଲୋକସଭା ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାନ ଜଣାଯାଇଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.