Below header

ଉଦଘାଟିତ ହେଲା ଆଦିବାସୀ ମେଳା,ମାର୍ଚ୍ଚ ୧ ଯାଏଁ ମଜା ଉଠାଇପାରିବେ ରାଜଧାନୀବାସୀ

ସୁନ୍ଦର୍ ସୁନ୍ଦର୍ ଚାଳ ଛପର ତା ସାଙ୍ଗକୁ ମାଟି କାନ୍ଥ , ଘର ଗୁଡ଼ିକ ମାଟିରେ ଲିପା ପୋଛା ହୋଇଛି ତା ସହିତ ଆଦିବାସୀ ଚାଲିଚଳଣୀର ଝଲକ ଦେଖିବାକୁ ମିଳୁଛି।  ଆଦିବାସି ଗ୍ରାମ , ଜନଜାତି ସ୍ୱୟଂ ସହାୟକା ଗୋଷ୍ଠୀ ପ୍ରକୋଷ୍ଠ , ଆଦିବାସି ହାଟ, ଆଦିବାସି କଳା ସାମଗ୍ରୀ ସହିତ ଖାଦ୍ୟ ବଜାର ଆଦି ପ୍ରସ୍ତୁତ କରାଯାଇଛି

ଭୁବନେଶ୍ବର(କେନ୍ୟୁଜ୍):  ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ତଥା ପଛୁଆ କଲ୍ୟାଣ ବିଭାଗ ପକ୍ଷରୁ ଆଦିବାସୀ ମେଳା ୨୦୨୩  ଅନୁଷ୍ଠିତ ହୋଇଛି । ଗତ ବର୍ଷ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହୋଇଥିବା ବେଳେ ଚଳିତ ବର୍ଷ ପୁଣି ପୁରୁଣା ଠିକଣାକୁ ଫେରିଛି ମେଳା ।

ସୁନ୍ଦର୍ ସୁନ୍ଦର୍ ଚାଳ ଛପର ତା ସାଙ୍ଗକୁ ମାଟି କାନ୍ଥ , ଘର ଗୁଡ଼ିକ ମାଟିରେ ଲିପା ପୋଛା ହୋଇଛି ତା ସହିତ ଆଦିବାସୀ ଚାଲିଚଳଣୀର ଝଲକ ଦେଖିବାକୁ ମିଳୁଛି।  ଆଦିବାସି ଗ୍ରାମ , ଜନଜାତି ସ୍ୱୟଂ ସହାୟକା ଗୋଷ୍ଠୀ ପ୍ରକୋଷ୍ଠ , ଆଦିବାସି ହାଟ, ଆଦିବାସି କଳା ସାମଗ୍ରୀ ସହିତ ଖାଦ୍ୟ ବଜାର ଆଦି ପ୍ରସ୍ତୁତ କରାଯାଇଛି । ଏହି ଅଧିବାସୀ ଅଞ୍ଚଳ ଦେଖିବାକୁ ମିଳୁଛି ରାଜଧାନୀ ଭୁବନେଶ୍ୱରରେ । ଭୁବନେଶ୍ୱର ୟୁନିଟ ୱାନ୍ ଆଦିବାସୀ ପଡିଆରେ ଉଦଘାଟିତ ହୋଇଛି ଆଦିବାସୀ ମେଳା ୨୦୨୩ । ଏହାକୁ ଉଦଘାଟନ କରିଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ,ଏହି ମେଳାରେ ଚଳିତ ବର୍ଷ 10 ଟି ଆଦିବାସି ଗ୍ରାମ ସମେତ ୧୨୧ଟି ଷ୍ଟଲରେ ଜନଜାତି ସେମାନଙ୍କ କଳା ସାମଗ୍ରୀ , ଜଙ୍ଗଲ ଜାତ ଦ୍ରବ୍ଯ ଆଦି ପ୍ରଦର୍ଶିତ କରିବା ସହିତ ବିକ୍ରି ବଟା କରାଯିବ।

ଏହାସହିତ ମେଳା ପରିସରରେ ରହିଥିବା ସାଂସ୍କୃତିକ ମଞ୍ଚରେ ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ମେଳା ୧୦ ଦିନ ଭିତରେ ପ୍ରତ୍ୟେକ ଦିନ ଅପରାହ୍ନ ୨.୩୦ ରୁ ରାତି ୯ ଯାଏ ପ୍ରଦର୍ଶନୀ ସର୍ଵସାଧାରଣଙ୍କ ନିମନ୍ତେ ଖୋଲା ରହିବ । ଏହି ମେଳା ଆଜିଠାରୁ ମାର୍ଚ୍ଚ ୧ ଯାଏ ଚାଲିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.