ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ ଓ ଅଭିନେତ୍ରୀ ପ୍ରକୃତି ମିଶ୍ର ବିବାଦ ମାମଲା: ପୁନଃ ତଦନ୍ତ କରି ଦୁଇ ମାସ ମଧ୍ୟରେ ରିପୋର୍ଟ ଦବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କମିଶନରେଟ ପୋଲିସ ଏହି ଘଟଣାରେ ଚାର୍ଜସିଟ ଦାଖଲ କରି ସାରିଥିବା କମିଶନରେଟ ପୋଲିସ ପକ୍ଷରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା। କିନ୍ତୁ ଆଇପିସିର ୩୫୪ ଧାରାରେ ଚାର୍ଜସିଟରେ ନଥିବା ହାଇକୋର୍ଟଙ୍କୁ ଯୁକ୍ତି ରଖିଥିଲେ ଆବେଦନକାରୀଙ୍କ ଓକିଲ।

କଟକ(କେନ୍ୟୁଜ୍): ଅଭିନେତା ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ ଓ ଅଭିନେତ୍ରୀ ପ୍ରକୃତି ମିଶ୍ର ବିବାଦ ମାମଲାରେ ପ୍ରକୃତି ମିଶ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେହାଇକୋର୍ଟ ଆଜି ଏହି ମାମଲାର ଶୁଣାଣି ଶେଷ କରି ଘଟଣାର ପୁନଃ ତଦନ୍ତ କରି ଦୁଇ ମାସ ମଧ୍ୟରେ ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବା ସହିତ ମାମଲାରେ ପୂର୍ଣ୍ଣଛେଦ ଟାଣିଛନ୍ତି।

କମିଶନରେଟ ପୋଲିସ ଏହି ଘଟଣାରେ ଚାର୍ଜସିଟ ଦାଖଲ କରି ସାରିଥିବା କମିଶନରେଟ ପୋଲିସ ପକ୍ଷରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା। କିନ୍ତୁ ଆଇପିସିର ୩୫୪ ଧାରାରେ ଚାର୍ଜସିଟରେ ନଥିବା ହାଇକୋର୍ଟଙ୍କୁ ଯୁକ୍ତି ରଖିଥିଲେ ଆବେଦନକାରୀଙ୍କ ଓକିଲ। କମିଶନରେଟ ପୋଲିସ ନିକଟରେ ହୋଇଥିବା ଏତାଲା ଉପରେ କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ପ୍ରକୃତି ।

ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ ଓ ଶ୍ୱଶୁର ଲଳିତ ଶତପଥୀଙ୍କ ସମେତ ଅନ୍ୟ ୭ ଜଣଙ୍କ ନାଁରେ ଖାରବେଳ ନଗର ଥାନାରେ ଏତଲା କରିଥିଲେ ପ୍ରକୃତି । ତାଙ୍କ ଉପରେ ହୋଇଥିବା ଆକ୍ରମଣ ପାଇଁ ସେ ଏହି ଏତଲା କରିଥିଲେ । ଜୁଲାଇ ୨୩ରେ ଆକ୍ରମଣ ପରେ ଥାନାରେ ଏତଲା କରାଯାଇଥିଲା । ଦୀର୍ଘଦିନ ବିତିଯାଇଥିଲେ ବି ପୋଲିସ କୌଣସି ନ୍ୟାୟ ଦେଇପାରି ନଥିବା ଅଭିଯୋଗ କରି ହାଇକୋର୍ଟରେ ମାମଲା ରୁଜ୍ଜୁ କରିଥିଲେ ପ୍ରକୃତି ।

ବିଭିନ୍ନ ପ୍ରକାର ଆରୋପ ଥିଲେ ବି ପୋଲିସ ଉପଯୁକ୍ତ ଦଫା ଲଗାଇ ନ ଥିବା ଅଭିଯୋଗ ଆଣିଥିଲେ। ମାମଲାରେ ଗୃହ ସଚିବ, ପୋଲିସ କମିଶନର, ଭୁବନେଶ୍ୱର ଡିସିପି ଓ ଖାରବେଳନଗର ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ଯେଉଁଭଳି ଭାବେ ପ୍ରକୃତିଙ୍କୁ ବିଚ ରାସ୍ତାରେ ଆକ୍ରମଣ କରାଗଲା ସେ ନେଇ ଅଭିଯୋଗ ହୋଇଥିଲେ ମଧ୍ୟ ଖାରବେଳ ନଗର ଥାନା ପୋଲିସ ଉପଯୁକ୍ତ ଦଫାରେ ଚାର୍ଜସିଟ କରି ନ ଥିବା ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ। ଏହା ପରେ ମାମଲାର ପୁନଶ୍ଚ ତଦନ୍ତ କରି ଚାର୍ଜସିଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.