Below header

ବ୍ରିଜ୍‌ ଉପରେ ଫାଟିଗଲା ଟ୍ରକର ଆଗଚକା: ବ୍ରାହ୍ମଣୀ ନଦୀକୁ ଓଲଟିଲା ଟ୍ରକ୍‌, ଚାଲିଗଲା ଡ୍ରାଇଭରର ଜୀବନ

କେନ୍ୟୁଜ୍(ବ୍ୟୁରୋ): ବ୍ରାହ୍ମଣୀ ନଦୀକୁ ଓଲଟିଲା ଟ୍ରକ୍‌ । ଡ୍ରାଇଭର ମୃତ । ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ୫୩ ନମ୍ବର ଜାତୀୟ ରାଜପଥ ସରାଙ୍ଗ-ଜଟିଆ ଗାଁରେ ବ୍ରାହ୍ମଣୀ ନଦୀକୁ ଆଇରନ୍‌ ବୋଝେଇ ଟ୍ରକ୍‌ ଖସିପଡିଛି । ମୃତ ଡ୍ରାଇଭର ହେଲେ ପାଲଲହଡା ଅଞ୍ଚଳର ମାନସ ରଞ୍ଜନ ଧୀବର । ଆଇରନ୍‌ ବୋଝେଇ ଟ୍ରକଟି କେଉଁଝରରୁ ଅନୁଗୁଳକୁ ଯାଉଥିଲା । ତେବେ ବ୍ରିଜ୍‌ ଉପରେ ଟ୍ରକର ଆଗଚକା ଫାଟି ଯିବାରୁ ଭାରସାମ୍ୟ ହରାଇ ଟ୍ରକଟି ନଦୀକୁ ଖସି ପଡିଥିଲା ।

ଖବର ପାଇ ତାଳଚେର ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଠିକାଦାର ପହଞ୍ଚି ମୃତଦେହକୁ ଉଦ୍ଧାର କରିଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଗାଡି ଚଳାଚଳ ବନ୍ଦ ରହିଥିଲା । ସରାଙ୍ଗ ଫାଣ୍ଠଡି ଅଧିକାରୀଙ୍କ ହସ୍ତକ୍ଷେପ ପରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.