ଲଗାତାର ତୃତୀୟ ଶତକ କରି ଚର୍ଚ୍ଚାରେ ଋତୁରାଜ ଗାଏକ୍ୱାଡ, ସାଉଥ ଆଫ୍ରିକା ଗସ୍ତ ପାଇଁ ହୋଇପାରନ୍ତି ଚୟନ !

ଋତୁରାଜ ଗାଏକ୍ୱାଡ ନିଜର ଜବରଦସ୍ତ ଖେଳ ପ୍ରଦର୍ଶନ ଜାରି ରଖିଛନ୍ତି। ଋତୁରାଜ ଆଇପିଏଲ ପରେ ବିଜୟ ହଜାରେ ଟ୍ରଫିରେ ମଧ୍ୟ ଧମାଲ କରିଛନ୍ତି। ମହାରାଷ୍ଟ୍ରର ଗାଏକ୍ୱାଡ ବିଜୟ ହଜାରେ ଟୁର୍ଣ୍ଣାମେଣ୍ଟରେ ଲଗାତାର ତୃତୀୟ ଶତକ କରି ସାଉଥ ଆଫ୍ରିକା ଗସ୍ତରେ ଯିବାକୁ ଥିବା ଟିମ୍‌ ଇଣ୍ଡିଆରେ ନିଜର ସ୍ଥାନ ପକ୍କା କରିଛନ୍ତି। ଋତୁରାଜ ସମ୍ଭବତଃ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବାକୁ ଥିବା ଟିମ୍‌ରେ ଚୟନ ହୋଇପାରନ୍ତି।

ଋତୁରାଜ ଟିମ୍‌ ମହାରାଷ୍ଟ୍ରର ଅଧିନାୟକ ଭାବେ ବିଜୟ ହଜାରେ ଟ୍ରଫିରେ ଖେଳୁଛନ୍ତି। ରାଜକୋଟର ମାଧବରାଓ ସିନ୍ଧିଆ କ୍ରିକେଟ ଗ୍ରାଉଣ୍ଡରେ କେରଳ ବିକ୍ଷରେ ୧୨୯ ରନ୍‌ ଏବଂ ୧୨୪ ରନ୍‌ କରିଥିଲେ। ଏହା ପୂର୍ବରୁ ଟୁର୍ଣ୍ଣାମେଣ୍ଟରେ ମଧ୍ୟପ୍ରଦେଶ ଏବଂ ଛତିଶଗଡ ବିପ୪ରେ ୧୩୬ ରନ୍‌ ଏବଂ ୧୫୪ ରନ୍‌ କରିଥିଲେ ଋତୁରାଜ।

ଋତୁରାଜ ଆଇପିଏଲରେ ଚେନ୍ନାଇ ତରଫରୁ ଖେଳି ୬୩୫ ରନ୍‌ କରିଥିଲେ। ଆଇପିଏଲରେ ଦମଦାର ପ୍ରଦର୍ଶନ କରି ଅରେଞ୍ଜ କ୍ୟାପ୍‌ ଜିତିଛନ୍ତି ଋତୁରାଜ। ସୂଚନାଯୋଗ୍ୟ, ଭାରତ ଏବଂ ସାଉଥ ଆଫ୍ରିକା ମଧ୍ୟରେ ୧୯ ଜାନୁଆରୀରୁ ଟି ୨୦ ସିରିଜର ଆରମ୍ଭ ହେବାକୁ ଯାଉଛି। ଏହି ସିରିଜରେ ୩ଟି ମ୍ୟାଚ ଖେଳିବ ଦୁଇଟି ଯାକ ଟିମ୍‌।

ଭାରତ ବନାମ ସାଉଥ ଆଫ୍ରିକା: ଟେଷ୍ଟ ସିରିଜ

ପ୍ରଥମ ଟେଷ୍ଟ: ୨୬-୩୦ ନଭେମ୍ବର(ସେଞ୍ଜୁରିଆନ)
ଦ୍ୱିତୀୟ ଟେଷ୍ଟ: ୩-୭ ଜାନୁଆରୀ(ଜୋହାନ୍ସବର୍ଗ)
ତୃତୀୟ ଟେଷ୍ଟ: ୧୧-୧୫ ଜାନୁଆରୀ (କେପଟାଉନ)

ଭାରତ ବନାମ ସାଉଥ ଆଫ୍ରିକା ଦିନିକିଆ ସିରିଜ:

ପ୍ରଥମ ଦିନିକିଆ: ୧୯ ଜାନୁଆରୀ(ପର୍ଲ)
ଦ୍ୱିତୀୟ ଦିନିକିଆ: ୨୧ ଜାନୁଆରୀ(ପର୍ଲ)
ତୃତୀୟ ଦିନିକିଆ: ୨୩ ଜାନୁଆରୀ (କେପଟାଉନ)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.