Below header

ଟ୍ରକକୁ ଧକ୍କା ଦେଲା ପିସିଆର, ୫ ପୋଲିସ୍‌ କର୍ମଚାରୀ ଆହତ

ପେଟ୍ରୋଲ ପମ୍ପରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଲା ପିସିଆର । ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ମନମୁଣ୍ଡା ପେଟ୍ରୋଲ ପମ୍ପ ନିକଟରେ ଠିଆ ହୋଇଥିବା ଟ୍ରକକୁ ଖୁବ୍‌ ଜୋରରେ ଧକ୍କା ଦେଇଛି ପିସିଆର ଗାଡ଼ି । ଏଥିରେ ଜଣେ ପୋଲିସ କର୍ମଚାରୀ ଗୁରୁତର ହୋଇଥିବା ବେଳେ ଚାରିଜଣ ସାମାନ୍ୟ ଆହତ ହୋଇଛନ୍ତି ।

ବୌଦ୍ଧ (କେନ୍ୟୁଜ): ପେଟ୍ରୋଲ ପମ୍ପରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଲା ପିସିଆର । ପାଞ୍ଚ ପୋଲିସ୍‌ କର୍ମଚାରୀ ଆହତ । ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ମନମୁଣ୍ଡା ପେଟ୍ରୋଲ ପମ୍ପ ନିକଟରେ ଠିଆ ହୋଇଥିବା ଟ୍ରକକୁ ଖୁବ୍‌ ଜୋରରେ ଧକ୍କା ଦେଇଛି ପିସିଆର ଗାଡ଼ି ।

ଏଥିରେ ଜଣେ ପୋଲିସ କର୍ମଚାରୀ ଗୁରୁତର ହୋଇଥିବା ବେଳେ ଚାରିଜଣ ସାମାନ୍ୟ ଆହତ ହୋଇଛନ୍ତି । ଗୁରୁତର ଆହତ ମନମୁଣ୍ଡା ଥାନା ଏଏସଆଇ ମାମିଲତା ସାମଲ । ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ଆହତ ଚାରିଜଣଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ପିସିଆର ଗାଡିଟି ପାଟ୍ରୋଲିଂ କରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.