ଖୋଲିଲା ମା’ ମଝିଘରିଆଣୀ ହୁଣ୍ଡି, ବାହାରିଲା ୫୮ ଲକ୍ଷ ଟଙ୍କା ସମେତ ସୁନାଗହଣା

୩ ମାସ ପରେ ଖୋଲିଲା ରାୟଗଡ଼ା ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣି ମନ୍ଦିରର ହୁଣ୍ଡି । ହୁଣ୍ଡିରୁବାହାରିଲା ନଗଦ ୫୮ ଲକ୍ଷ ୨୪ ହଜାର ୯୫୦ ଟଙ୍କା । ଏଥି ସହିତ ୩୯ ଗ୍ରାମ ସୁନା ଓ ୧୬୫୦ ଗ୍ରାମ ରୂପା ଅଳଙ୍କାର ସହିତ ବିଦେଶି ମୁଦ୍ରା ବି ରହିଛି ।

ରାୟଗଡ଼ା (କେନ୍ୟୁଜ): ୩ ମାସ ପରେ ଖୋଲିଲା ରାୟଗଡ଼ା ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣି ମନ୍ଦିରର ହୁଣ୍ଡି । ହୁଣ୍ଡିରୁବାହାରିଲା ନଗଦ ୫୮ ଲକ୍ଷ ୨୪ ହଜାର ୯୫୦ ଟଙ୍କା । ଏଥି ସହିତ ୩୯ ଗ୍ରାମ ସୁନା ଓ ୧୬୫୦ ଗ୍ରାମ ରୂପା ଅଳଙ୍କାର ସହିତ ବିଦେଶି ମୁଦ୍ରା ବି ରହିଛି ।

ସେହିଭଳି ୫ଟି ଆମେରିକୀୟ ଡଲାର ମଧ୍ୟ ହୁଣ୍ଡିରୁ ବାହାରିଛି । ବିଦେଶରେ ରହୁଥିବା କୌଣସି ଭକ୍ତ ମା’ଙ୍କ ଦର୍ଶନ ପାଇଁ ଆସି ଏହି ବିଦେଶୀ ଟଙ୍କା ହୁଣ୍ଡିରେ ଦାନ କରିଥିବା ଅନୁମାନ କରାଯାଉଛି । ସେହିଭଳି କିଛି ୨୦୦୦ ଟଙ୍କିଆ ଏବଂ ଅଚଳ ୫୦୦ ଟଙ୍କିଆ ନୋଟ ମଧ୍ୟ ହୁଣ୍ଡିରୁ ବାହାରିଛି । କଡା ସୁରକ୍ଷା ବ୍ୟବସ୍ଥା ଭିତରେ ବ୍ଯାଙ୍କ କର୍ମଚାରୀଙ୍କ ସହାୟତାରେ ଟଙ୍କା ଗୁଡିକୁ ହୁଣ୍ଡିରୁ ବୀହାର କରି ଗଣା ଯାଇଛି । ଏଥିରେ ପାଖାପାଖି ୧୨୦ ଜଣ ମହିଳା ଓ ୮୦ ଜଣ ପୁରୁଷ ଏହି କାମରେ ନିୟୋଜିତ ହୋଇଥିଲେ । ୨୦୦ ଜଣ ଟଙ୍କା ଗଣିବା କାମରେ ସହାୟତା କରିଛନ୍ତି ।

ବିଭିନ୍ନ ଅଂଚଳରୁ ଆସୁଥିବା ମାନସିକଧାରୀ ଭକ୍ତ ହୁଣ୍ଡିରେ ଦାନ ପ୍ରଦାନ କରୁଛନ୍ତି । ବର୍ଷକୁ ୩ ରୁ ୪ ଥର ହୁଣ୍ଡି ଖୋଲାଯାଇ ଗଣତି କରାଯାଉଛି। ହୁଣ୍ଡିରୁ ବାହାରିଥିବା ଟଙ୍କା ୟୁନିଅନ ବ୍ୟାଙ୍କରେ ଗଚ୍ଛିତ ରଖାଯାଇଛି । ସେହିଭଳି ସୁନା ଓ ରୂପା ଜିଲ୍ଲା କୋଷାଗାରରେ ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.