ଭାରତ-ପାକିସ୍ତାନ ମ୍ୟାଚରେ ମୁହାଁମୁହିଁ ହେଲେ ଖେଳାଳି, ଭିଡିଓ ଭାଇରଲ

ଭାରତ-ପାକିସ୍ତାନ ପୂର୍ବରୁ ଶତ୍ରୁ ଥିଲେ ଏବେ ବି ଅଛନ୍ତି । ଯାହାର ଜ୍ବଳନ୍ତ ଉଦାହରଣ ସାଫ୍ ଟୁର୍ଣ୍ଣାମେଣ୍ଟରେ ଦେଖିବାକୁ ମିଳିଛି । ମ୍ୟାଚ ସମୟରେ ଉଭୟ ଦଳର ଖେଳାଳି ପରସ୍ପର ସହିତ ଝଗଡା କରୁଥିବାର ଭିଡିଓ ସାମ୍ନାକୁ ଆସିଛି ।

ସାଉଥ୍ ଏସିଆନ ଫୁଟବଲ ଫେଡେରେସନ (ସାଫ୍) ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନକୁ ୪-୦ରେ ହରାଇଛି ଭାରତ । ଆଉ ମ୍ୟାଚ୍ ସମୟରେ ମୁହାଁମୁହିଁ ହୋଇଛନ୍ତି ଚିରପ୍ରତିଦ୍ବନ୍ଦ୍ବୀ ଭାରତ ଏବଂ ପାକିସ୍ତାନ । ଉଭୟ ଦଳର ଖେଳାଳି ଏହି ଲାଇଭ ମ୍ୟାଚରେ ହାତାହାତି ହୋଇଥିବା ମଧ୍ୟ ଦେଖା ଯାଇଛି । କିଛି ସମୟ ଏହି ଉତ୍ତେଜନା ପରିସ୍ଥିତି ଲାଗି ରହିବା ପରେ ଶାନ୍ତ ପଡିଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ଭାରତ-ପାକିସ୍ତାନ ମଧ୍ୟରେ ବେଙ୍ଗାଲୁରୁରେ ଖେଳାଯାଉଥିବା ମ୍ୟାଚରେ ଦୁଇ ଦେଶରେ ଖେଳାଳି ପରସ୍ପର ମଧ୍ୟରେ ଝଗଡା ଆରମ୍ଭ କରିଦେଇଥିଲେ । ମ୍ୟାଚର ହାଫ ଟାଇମ୍ ଘଣ୍ଟି ବାଜିବା ପୂର୍ବରୁ ପରସ୍ପର ମଧ୍ୟରେ ଯୁକ୍ତିତର୍କ ଆରମ୍ଭ କରିଦେଇଥିଲେ ।

ଏହି ଲଢେଇ ପ୍ରଥମେ ଦଳର କୋଚଙ୍କ ନିକଟରୁ ଆରମ୍ଭ ହୋଇ ମ୍ୟାଚର ୪୫ତମ ମିନିଟରେ ଭାରତୀୟ କୋଚ ଏବଂ ପାକିସ୍ତାନୀ ଖେଳାଳିଙ୍କ ସହ ତର୍କ ଆରମ୍ଭ ହୋଇଥିଲା । ପାକିସ୍ତାନର ଜଣେ ଖେଳାଳି ବଲ୍ ଫିଙ୍ଗିବା ସମୟରେ ଭାରତୀୟ କୋଚ ଇଗୋର ଷ୍ଟିମିକ ତାଙ୍କ ଠାରୁ ବଲ୍ ଛଡାଇ ନେଇଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା । ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ଠେଲାପେଲା ହେଉଥିବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ଏହି ଘଟଣା ପରେ ଭାରତୀୟ କୋଚ ଇଗୋର ଷ୍ଟିମିକ ଏବଂ ଟିମ ମ୍ୟାନେଜରଙ୍କୁ ମ୍ୟାଚ ରେଫରୀ ରେଡ କାର୍ଡ ଦେଖାଇଥିଲେ । ଏହାବ୍ୟତୀତ ପାକିସ୍ତାନର କୋଚଙ୍କ ୟେଲୋ କାର୍ଡ ଦେଖାଇଥିବା ବେଳେ ଭାରତର ଡିଫେଣ୍ଡର ସନ୍ଦେଶ ଝିଙ୍ଗନ ଏବଂ ପାକିସ୍ତାନର ମିଡ ଫିଲ୍ଡର ରାହିସ ନବୀଙ୍କୁ ମଧ୍ୟ ୟେଲୋ କାର୍ଡ ଦେଖାଇଥିଲେ ମ୍ୟାଚ ରେଫରୀ ।

ସୂଚନାଯୋଗ୍ୟ, ଏହି ମ୍ୟାଚକୁ ଭାରତ ୪-୦ରେ ଜିତିଛି । ଭାରତର ଅଧିନାୟକ ସୁନୀଲ ଛେତ୍ରୀ ହ୍ୟାଟ୍ରିକ ଗୋଲ୍ କରି ପାକିସ୍ତାନକୁ ମୁହଁତୋଡ ଜବାବ ଦେଇଛନ୍ତି । ସୁନୀଲ ଛେତ୍ରୀ ପ୍ରଥମାର୍ଦ୍ଧରେ ୨ଟି ଗୋଲ ସ୍କୋର କରି ଭାରତକୁ ଅଗ୍ରଣୀ କରାଇଥିଲେ । ଏହାପରେ ପାକିସ୍ତାନ ଟିମ୍ ଗୋଟିଏ ବି ଗୋଲ ସ୍କୋର କରିପାରି ନଥିଲା । ଦ୍ୱିତୀୟାର୍ଦ୍ଧରେ ବହୁତ ପ୍ରୟାସ କରିଥିଲେ ବି ପାକିସ୍ତାନ ଗୋଲ ଦେବାରେ ସକ୍ଷମ ହୋଇ ପାରିନଥିଲା । ଏହି ସମୟରେ ସୁନୀଲ ଓ ଉନ୍ଦାତା ସିଂହ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ । ସୁନୀଲ ଛେତ୍ରୀ ଦୁଇଟି ଗୋଲ ପେନାଲିଟି କର୍ନରରେ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.