Below header

ଭିଜିଲାନ୍ସ ଜାଲରେ ପୂର୍ବତନ DSWO, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୧୧ଟି ସ୍ଥାନରେ ଚାଲିଛି ରେଡ୍‌

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜିଲ୍ଲା ସମାଜିକ କଲ୍ୟାଣ ଅଧିକାରୀ ଜୟନ୍ତୀ ବେହେରାଙ୍କ ଘରେ ଚାଲିଛି ଚଢାଉ। ଏକକାଳୀନ ୧୧ଟି ସ୍ଥାନରେ ଚାଲିଛି ରେଡ୍‌।

(କେନ୍ୟୁଜ): ପୂର୍ବତନ DSWOଙ୍କ ଘରେ ପଶିଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜିଲ୍ଲା ସମାଜିକ କଲ୍ୟାଣ ଅଧିକାରୀ ଜୟନ୍ତୀ ବେହେରାଙ୍କ ଘରେ ଚାଲିଛି ଚଢାଉ। ଏକକାଳୀନ ୧୧ଟି ସ୍ଥାନରେ ଚାଲିଛି ରେଡ୍‌।

ବାସଭବନ ଓ କାର୍ଯ୍ୟାଳୟ ସମେତ ବାଲେଶ୍ୱର, ଭଦ୍ରକ ଓ ଭୁବନେଶ୍ୱରରେ ଚଢ଼ାଉ କରୁଛି ଭିଜିଲାନ୍ସ। ରେଡ୍‌ରେ ଜଣେ ଆଡିସନାଲ୍‌ ଏସ୍‌ପି, ୪ DSP ଓ ୮ ଜଣ ଇନିସପେକ୍ଟର ସାମିଲ ଅଛନ୍ତି। ବାଲେଶ୍ୱର ଫିରିଙ୍ଗପାଟଣାରେ ୩ ମହଲା ଘର, ସିଦ୍ଧେଶ୍ୱର କଲୋନୀରେ ଦୁଇ ମହଲା ବିଲ୍ଡିଂ, ଭୁବନେଶ୍ୱରର ଗୌତମ ନଗର ଓ ଓଲଡ ଟାଉନରେ ରହିଛି ଫ୍ଲାଟ୍‌। ଜୟନ୍ତୀ ବେହେରା ବର୍ତ୍ତମାନ ଭୁବନେଶ୍ୱର ମହିଳା ଓ ଶିଶୁ ବିକାଶ ବିଭାଗରେ କାର୍ଯ୍ୟରତ ଅଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.