ଚୀନର ଏକ ବାରବିକ୍ୟୁ ରେଷ୍ଟୁରାଣ୍ଟରେ ବିସ୍ଫୋରଣ, ୩୧ ମୃତ

ବୁଧବାର ରାତିରେ ଚୀନର ଏକ ରେଷ୍ଟୁରାଣ୍ଟରେ ବିସ୍ଫୋରଣ । ଏହି ଘଟଣାରେ ୩୧ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡିନାହିଁ ।

ଚୀନର ୟିନଚୁଆନ୍‌ ପ୍ରାନ୍ତରେ ଏକ ରେଷ୍ଟୁରାଣ୍ଟରେ ଭୟଙ୍କର ବିସ୍ଫୋରଣ । ଏହି ଘଟଣାରେ ୩୧ ଜଣଙ୍କର ଜୀବନ ଚାଲିଯାଇଛି । ୭ ଜଣ ଲୋକଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।

ଖବର ମୁତାବକ, ଉତ୍ତର ପଶ୍‌ଚିମ ଚୀନର ୟିନଚୁଆନ୍‌ ବୁଧାବର ରାତିରେ ଏକ ବାରବିକ୍ୟୁ ରେଷ୍ଟୁରାଣ୍ଟରେ ବିସ୍ଫୋରଣ ହୋଇଛି । ଏହି ଘଟଣାରେ ୩୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।

ଫଟୋ ଦେଖି ବିସ୍ଫୋରଣର ଭୟାବହତା ସାମ୍ନାକୁ ଆସିଛି । ଫଟୋରେ ଦେଖିବାକୁ ମିଳିଛି ଯେ, ବିସ୍ଫୋରଣ ପରେ ରେଷ୍ଟୁରାଣ୍ଟ ଆଖପାଖରେ ଥିବା ଦୋକାନରେ ନିଆଁ ଲାଗିଯାଇଛି । ନିଆଁକୁ ଆୟତ୍ତ କରିବା ଘଟଣା ସ୍ଥଳରେ ଅଗ୍ନିଶମ ଗାଡି ପହଞ୍‌ଚି ନିଆଁକୁ ଆୟତ୍ତ କରିଛି ।

‘ସିସିଟିଭି’ ଫୁଟେଜ୍‌ରେ ଦେଖାଯାଉଛି ରେଷ୍ଟୁରାଣ୍ଟ ସମ୍ମୁଖରୁ ପ୍ରବଳ ଧୂଆଁ ବାହାରୁ ଥିବା ବେଳେ ଦମକଳ ବାହିନୀର ଅନେକ କର୍ମଚାରୀ ନିଆଁ ଲିଭାଇବାକୁ ଉଦ୍ୟମ ଚଳାଇଛନ୍ତି।

ତେବେ ବିସ୍ଫୋରଣ କେମିତି ହୋଇଛି ତାହା ଏପର୍ଯ୍ୟନ୍ତ ଯାଏଁ ସ୍ପଷ୍ଟ ହୋଇନି । ଚୀନ ପ୍ରଶାସନ ନିଆଁ ଲାଗିବା ନେଇ ଯାଞ୍ଚ କରୁଛି । ଏପର୍ଯ୍ୟନ୍ତ ୩୮ ଜଣ ଲୋଙ୍କୁ ଉଦ୍ଧାର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.