ଭୁବନେଶ୍ୱର ଫାୟାର ଷ୍ଟେସନ ଓଭର ବ୍ରିଜ ଉପରେ ଟ୍ରକକୁ ପିଟିଲା ଟ୍ରକ୍, ଗୁରୁତର ଅବସ୍ଥାରେ ଫସି ରହିଛନ୍ତି ଡ୍ରାଇଭର

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱର ଫାୟାର ଷ୍ଟେସନ ଓଭର ବ୍ରିଜ ଉପରେ  ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକକୁ ପିଟିଲା ଟ୍ରକ୍ । ବିଶାଖାପାଟଣାରୁ ଭୁବନେଶ୍ୱର ଟାଟା କମ୍ପାନୀକୁ ଆସୁଥିବା ଏକ ଲୁହା ଚାନେଲ ବୋଝେଇ ଟ୍ରକ (NL01L 5789) ବ୍ରେକ ଫେଲ ହେବା କାରଣରୁ ଓଭର ବ୍ରିଜ ଉପରେ ସକାଳୁ ଠିଆ ହୋଇ ରହିଥିଲା । ପଛରୁ ଆଉ ଏକ ଟ୍ରକ (AP39TB 6148) ଆସି ପିଟିଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ପଛରୁ ପିଟିଥିବା ଟ୍ରକର ଡ୍ରାଇଭର ଟ୍ରକ ଭିତରେ ଫସି ରହିଛନ୍ତି  ଓ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣା ପଡିଛି। ଗୁରୁତର ଡ୍ରାଇଭରଙ୍କୁ ଉଦ୍ଧରରେ ଲାଗିଛନ୍ତି ପୋଲିସ କର୍ମଚାରୀ।

 

 

Leave A Reply

Your email address will not be published.