Below header

ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ, ନାରୀ ସୁରକ୍ଷା ପ୍ରସଙ୍ଗରେ କମ୍ପିଲା ଗୃହ

ଭୁବନେଶ୍ବର(କେନ୍ୟୁଜ୍): ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ। ନାରୀ ସୁରକ୍ଷା ପ୍ରସଙ୍ଗରେ କମ୍ପିଲା ଗୃହ। ଆଜି ଦୁଇ ଦୁଇ ଥର ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି। ଏହାପରେ ଗୃହ କାର୍ଯ୍ୟକୁ ସ୍ୱାଭାବିକ କରିବା ପାଇଁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଥିଲା ସର୍ବଦଳୀୟ ବୈଠକ। ଯାଜପୁର ହରିଦାସପୁର ପିଇଓ ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗରେ ମୁଲତବୀ ଆଲୋଚନା ପାଇଁ ଦାବି କରିଥିଲା କଂଗ୍ରେସ । ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ କଂଗ୍ରେସ ବିଧାୟକ। ପ୍ରବଳ ହଟ୍ଟଗୋଳ ହେବାରୁ ପ୍ରଥମେ ଅପରାହ୍ଣ ୩ଟା ଯାଏ ଗୃହ ମୁଲତବୀ ହୋଇଥିଲା। ଅପରାହ୍ନରେ ପୁଣି ନାରୀ ସୁରକ୍ଷା ପ୍ରସଙ୍ଗରେ ବିରୋଧୀ ହଟ୍ଟଗୋଳ କରିଥିଲେ। ବାଚସ୍ପତିଙ୍କ ସର୍ବଦଳୀୟ ବୈଠକ ପରେ ଗୃହରେ ଉପସ୍ଥାପିତ ହୋଇଥିଲା ଚଳିତ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍‌ । ଏହାପରେ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି। ଆଜି ଗୃୃହ କାର୍ଯ୍ୟ ଆରମ୍ଭ ହେବା ପରେ ବିଧାନସଭାରେ ଶୋକ ପ୍ରକାଶ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.