କେନ୍ଦ୍ରାପଡା: ବାରମ୍ବାର ଅଭିଯୋଗ ପରେ ଶୁଣିଲାନି ପ୍ରଶାସନ, ଶେଷରେ ତାତିଲେ ଆଉ ମଦ ବୋତଲ ଭାଙ୍ଗିଲେ ମହିଳା

କେନ୍ଦ୍ରାପଡା(କେନ୍ୟୁଜ୍):  ବାରମ୍ବାର ଅଭିଯୋଗ କଲେ । ଶୁଣିଲାନି ପ୍ରଶାସନ । ଶେଷରେ ତାତିଲେ ମହିଳା । ଭାଙ୍ଗିଲେ ମଦ ବୋତଲ । କେନ୍ଦ୍ରାପଡା ବାରିମୂଳ ଅନ୍ତର୍ଗତ ନାଗେଶ୍ୱରପୁରରେ ମଦ ଦୋକାନ ଭାଙ୍ଗିଲେ ମହିଳା । ଗାଁ ପାଖରେ ମଦ ଦୋକାନ ଖୋଲିଥିବା ଯୋଗୁଁ ମହିଳା ଯିବାଆସିବା କଲାବେଳେ ଅନେକ ସମୟରେ ଅଶୋଭନୀୟ ସ୍ଥିିତି ଉପୁଜୁଥିବା ଅଭିଯୋଗ ହୋଇଛି । ମଦ ଦୋକାନ ଉଠାଇବା ପାଇଁ ମହିଳାମାନେ ଦାବି କରୁଥିଲେ । କୌଣସି ପଦକ୍ଷେପ ନିଆନଯିବାରୁ ମହିଳା ମାନେ ଆଜି ଦୋକାନରେ ଥିବା ମଦ ବୋତଲ ଭଙ୍ଗାରୁଜା କରିଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.