Below header

ଟ୍ରାକ୍ଟର ତଳେ ଚାପି ହୋଇଗଲେ ଦୁଇ ଭାଇ, ସାନ ମୃତ ଓ ବଡ ଗୁରୁତର

ମୟୁରଭଞ୍ଜ(କେ ନ୍ୟୁଜ): ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ସାନ ଭାଇର ମୃତ୍ୟୁ ହୋଇଥିବା ବଡ ଭାଇ ଗୁରୁତର ଭାବେ ଆହତ ହୋଇଛନ୍ତି । ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ୨୨୦ନମ୍ବର ଜାତୀୟ ରାଜପଥ ବାସିଙ୍ଗି ଗ୍ରାମରେ । ରାସ୍ତାରେ ଯାଉଥିବା ବେଳେ ଟ୍ରାକ୍ଟର ସାମ୍ନାକୁ ଗୋରୁ ଆସିଯିବାରୁ ଭାରସାମ୍ୟ ହରାଇ ଓଲଟି ପଡିଥିଲା ଟ୍ରାକ୍ଟର ।

ଟ୍ରାକ୍ଟରରେ ଚାପି ଘଟଣାସ୍ଥଳରେ ହିଁ ସାନ ଭାଇ ମୁକୁନ୍ଦ କାରୁଆଙ୍କ ମୃତ୍ୟୁ ଘଟିଥିବା ବେଳେ ବଡ ଭାଇ ପଙ୍କଜ କାରୁଆଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବରରୁ ଜଣାଯାଇଛିଯେ ଦୁଇ ଭାଇ ଟ୍ରାକ୍ଟରରେ ଶ୍ରମିକ ଭାବେ କାମ କରୁଥିଲେ । ଘଟଣାର ତଦନ୍ତ ବହଳଦା ଥାନା ପୋଲିସ କରୁଥିବା ନେଇ ରିପୋର୍ଟ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.