Below header

ପାଟିକୁ ଟେଷ୍ଟି ଓ ଦେହ ପାଇଁ ହିତକର ଦଲିଆ ଖିରି, ଆଜି ହିଁ ବନାନ୍ତୁ

ଦେହ ପାଇଁ ହିତକର ଖାଦ୍ୟ ମଧ୍ୟରେ ଦଲିଆ ଅନ୍ୟତମ। ଏହାକୁ ଆପଣ ଉପମା କିମ୍ବା ଖେଚୁଡ଼ି କରି ମଧ୍ୟ ଖାଇପାରିବେ। କିନ୍ତୁ ପିଲାମାନେ ରାଗ ଖାଇବାକୁ ପସନ୍ଦ କରିନଥାନ୍ତି। ଏଭଳି ସ୍ଥିତିରେ ଆପଣ ଦଲିଆରେ ଖିରି ତିଆରି କରି ପିଲାଙ୍କୁ ଖୁଆଇ ପାରିବେ। ଆସନ୍ତୁ ଜାଣିବା ଦଲିଆ ଖିରିର ପ୍ରସ୍ତୁତି ପ୍ରଣାଳୀ…

ଆବଶ୍ୟକ ସାମଗ୍ରୀ:
୧ ଗିନା ଗୁଣ୍ଡ ଦଲିଆ
୩-୪ ଚାମଚ ଘିଅ/ ତେଲ
୨-୩ ବଡ଼ ଅଳେଇଚ
ଚିନି ସ୍ୱାଦ ଅନୁସାରେ
୧/୨ ଲିଟର କ୍ଷୀର
୧ ଗ୍ଲାସ ପାଣି
କଟା ହୋଇଥିବା କାଜୁ, ପିସ୍ତା, କିସମିସ

ପ୍ରସ୍ତୁତି ପ୍ରଣାଳୀ:
କୁକରରେ ଘିଅ କିମ୍ବା ତେଲ ପକାଇ ସେଥିରେ ଅଳେଇଚ ଓ ଦଲିଆକୁ ଲାଲ ହେବା ଯାଏଁ ଭାଜନ୍ତୁ।
ଏବେ ଏଥିରେ ପାଣି ଓ ଚିନି ପକାଇ ୩-୪ଟି ସିଟି ଦିଅନ୍ତୁ। କୁକର ଥଣ୍ଡା ହୋଇଯିବା ପରେ ଖୋଲି କ୍ଷୀର ପକାଇ ପୁଣି ଆଉ ଏକ ସିଟି ଦିଅନ୍ତୁ। ଏବେ ପ୍ଲେଟକୁ କାଢ଼ି କାଜୁ, ପିସ୍ତା ଓ କିସମିସରେ ସଜାଇ ସର୍ଭ କରନ୍ତୁ ଦଲିଆ ଖିରି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.